ତେହେରାନ, ୨୯/୦୪ : ଇରାନ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଅସ୍ତ୍ରଶସ୍ତ୍ର ମହଜୁଦ ଅଛି । ଦୀର୍ଘ ବର୍ଷ ଯାଏଁ ଇରାନ ଯୁଦ୍ଧ ଲଢିବାକୁ ସକ୍ଷମ । ଭବିଷ୍ୟତରେ ଅନ୍ୟ ଯୁଦ୍ଧ ଲଢିବାକୁ ତେହେରାନ ପାଖରେ ଦକ୍ଷତା ଥିବା ପ୍ରକାଶ କରିଛନ୍ତି ଇରାନୀ ସାଂସଦ ଆଲ୍ଲାଦିନ୍ ବୋରୋଜେରଡି ।

ସାଂସଦ ତଥା ନ୍ୟାସନାଲ ସିକ୍ୟୁରିଟି କମିଟିର ଉପ ମୁଖ୍ୟ ଆଲ୍ଲାଦିନ୍ କହିଛନ୍ତି ଯେ, ଟ୍ରମ୍ପଙ୍କୁ କେବେହେଲେ ତେହେରାନ ଛାଡିବ ନାହିଁ । ଇାରନ ପାଖରେ ଗୁଳି, ଗୋଳା, ଯୁଦ୍ଧ ବିମାନ, ଡ୍ରୋନ୍ ଏବଂ ମିସାଇଲ ଆଦି ପର୍ଯ୍ୟାପ୍ତ ପରିମାଣରେ ରହିଛି ।

Also Read :-୧ ଲିଟର ଇଥାନଲ ପ୍ରସ୍ତୁତ ପାଇଁ ଦରକାର ୧୦ ହଜାର ଲିଟର ପାଣି : ଆଗକୁ ଭୟଙ୍କର ଜଳ ସଙ୍କଟ, ମରିଯିବ ଫସଲ !

ସେ ଆହୁରି କହିଛନ୍ତି ଯେ, ବୁଝାମଣାର ଅର୍ଥ ସାଲିସ କିମ୍ବା ଅପମାନ ନୁହେଁ । ତେବେ ଆମେରିକା ସହ ଯେଉଁ ଆଲୋଚନା ଚାଲିଛି ତାହା ଆଗାମୀ ଦିନରେ ସକରାତ୍ମକ ରୂପ ନେବ ବୋଲି ଆଶା କରାଯାଉଛି । ଖୁବ୍ ଶୀଘ୍ର ନିସ୍କର୍ଷ ବାହାରିପାରେ । ଟ୍ରମ୍ପ୍ ଏବେ ଫମ୍ପା ଧମକ ଦେଉଛନ୍ତି । ଅସ୍ତ୍ରବିରତି ପାଇଁ ନିଜକୁ କ୍ରେଡିଟ୍ ଦେଉଛନ୍ତି । କିନ୍ତୁ ସେ ଜାଣିବା ଦରକାର ଯେ ଇରାନ ତାଙ୍କୁ ଯିବାକୁ ଦେବ ନାହିଁ । ଯୋଦ୍ଧାମାନେ ରଣକ୍ଷେତ୍ରରେ ପ୍ରସ୍ତୁତ ଅଛନ୍ତି । ଆମେରିକା ଯେଉଁ ଯାଏଁ ଶାସ୍ତି ନପାଇଛି ସେବେଯାଏଁ ଯୁଦ୍ଧ ଚାଲିବ ।

ଆଲ୍ଲାଦିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ଅନ୍ତର୍ଜାତୀୟ ନିୟମର ଖୁଲମ ଖୁଲା ଉଲ୍ଲଙ୍ଘନ କରୁଛି । ୟୁଏସ ନୌସେନା ଜଳମାର୍ଗକୁ ବନ୍ଦ କରି ରଖିଥିଲା । ତେବେ ଏହାର ପଦକ୍ଷେପକୁ କୌଣସି ନାଟୋ କିମ୍ବା ୟୁରୋପୀୟ ଦେଶ ସମର୍ଥନ କରୁନାହାଁନ୍ତି । ଇରାନ କେବେହେଲେ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନିଜ ନିୟନ୍ତ୍ରଣରୁ ଅଲଗା କରିବ ନାହିଁ ବୋଲି ଟ୍ରମ୍ପ୍ ଭଲଭାବେ ଜାଣିଥିବା ଇରାନୀ ସାଂସଦ ପ୍ରକାଶ କରିଛନ୍ତି ।