MI vs RR IPL 2026: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୬ରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ଗୌହାଟୀର ବରସାପରା  ଷ୍ଟାଡିୟମରେ ଖେଳାଯିବ। ଦୁଇ ଟିମ୍ ମଧ୍ୟରେ ଏହା କେବଳ ଏକ ମ୍ୟାଚ୍ ନୁହେଁ ବରଂ ଭାରତୀୟ କ୍ରିକେଟର ଭବିଷ୍ୟତ ଓ ବର୍ତ୍ତମାନ ମଧ୍ୟରେ ସିଧା ଟକ୍କର। ଗୋଟିଏ ପଟେ ଯୁବ ଓପନର ଯୋଡ଼ି ବୈଭବ ସୂର୍ଯ୍ୟବଂଶୀ ଓ ଯଶସ୍ଵୀ ଜୟସ୍ଵାଲ ଥିବା ବେଳେ ଅନ୍ୟପଟେ ଯଶପ୍ରୀତ ବୁମରାଙ୍କ ପରି ଅନୁଭବୀ ଘାତକ ବୋଲର ଯିଏ ନିଜ ଦମରେ ମ୍ୟାଚର ଗତିପଥ ବଦଳାଇ ପାରନ୍ତି।

ଭବିଷ୍ୟତ ବନାମ ବର୍ତ୍ତମାନ

ଗତ ବର୍ଷ ଜୟପୁରରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦୀପକ ଚହରଙ୍କ ଓଭରରେ ଦୁଇଟି ବଲ୍ ଖେଳି ଖାତା ଖୋଲି ପାରି ନ ଥିଲେ ବୈଭବ ସୂର୍ଯ୍ୟବଂଶୀ। କିନ୍ତୁ ଏହି ମ୍ୟାଚ୍ ପରଠୁ ସେ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ୧୯ ବର୍ଷରୁ କମ ଦିନିକିଆ ବିଶ୍ଵକପ ଏବଂ ଘରୋଇ କ୍ରିକେଟରେ ରେକର୍ଡ କରିବା ପରେ ଆଇପିଏଲ୍ ୨୦୨୬ରେ ସେ ୧୭ ବଲରୁ ୫୨ ରନ ଓ ୧୮ ବଲରୁ ୩୧ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏବେ ସେ ପ୍ରଥମ ଥର ବୁମରାଙ୍କ ସାମ୍ନା କରିବେ। ଯଦି ଏହି ଟକ୍କର ଲମ୍ବା ଚାଲେ ତେବେ ମ୍ୟାଚଠୁ ଅଧିକ ଚର୍ଚ୍ଚା ଏହି ମୁକାବିଲାକୁ ନେଇ ହେବ।

Also Read: ଏବେ ସମାଲୋଚକ ପୂରା ଚୁପ୍...ପନ୍ତଙ୍କ ବ୍ୟାଟରୁ ବାହାରିଲା ରନ୍, ମାଲିକଙ୍କୁ ଜବାବ ଦେଲେ ଲକ୍ଷ୍ନୌ କ୍ୟାପ୍ଟେନ୍

ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନର ଏମଆଇକୁ ଆଶ୍ଵସ୍ତି !

ମୁମ୍ବାଇ ଇଣ୍ଡିଆନସ ପାଇଁ ସବୁଠୁ ବଡ଼ ଖବର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଅସୁସ୍ଥ ହେବା କାରଣରୁ ସେ ଉକ୍ତ ମ୍ୟାଚ୍ ଖେଳି ପାରି ନ ଥିଲେ। ତେବେ ଗୌହାଟୀରେ ନେଟ ପ୍ରାକ୍ଟିସରେ ହାର୍ଦ୍ଦିକଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ତେଣୁ ଆଜିର ମ୍ୟାଚରେ ହାର୍ଦ୍ଦିକଙ୍କ ଖେଳିବା ସ୍ପଷ୍ଟ ଲାଗୁଛି। ତାଙ୍କ ବଦଳରେ ଖେଳିଥିବା କାର୍ବିନ ବୋଶ ଓ ଦୀପକ ଚହରଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଟ୍ରେଣ୍ଟ ବୋଲ୍ଟଙ୍କ ମଧ୍ୟ ଦଳକୁ ଫେରିବା ନିଶ୍ଚିତ।  ହାର୍ଦ୍ଦିକ ଦଳରେ ରହିବା ଏମଆଇର ସନ୍ତୁଳନ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ସେ ବ୍ୟାଟିଂ ହେଉ କି ବୋଲିଂ କାରଣ ଉଭୟ କ୍ଷେତ୍ରରେ ମ୍ୟାଚ୍ ଓଲଟାଇ ଦେବାର ଦକ୍ଷତା ରଖିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁଠୁ ବଡ଼ ଚିନ୍ତା କଣ ?

ଦିଲ୍ଲୀ ବିପକ୍ଷ ମ୍ୟାଚରେ ମୁମ୍ବାଇର ବୋଲିଂକୁ ନେଇ ପ୍ରଶ୍ନ ଉଠିଛି। ଏମିତିରେ ଦଳ ବୁମରାଙ୍କ ବ୍ୟବହାର ପାଓ୍ଵାରପ୍ଲେ ସମୟରେ ଅଧିକ କରିପାରେ। ବିଶେଷ କରି ସୂର୍ଯ୍ୟବଂଶୀଙ୍କ ପରି ବ୍ୟାଟରକୁ ରୋକିବା ପାଇଁ ବୁମରାଙ୍କୁ ମୁମ୍ବାଇ ଆଜି ବଡ଼ ଅସ୍ତ୍ର ଭାବେ ବ୍ୟବହାର କରିପାରେ। ଏହା ଦେଖିବା ବାକି ରହିଲା ଯେ, ମୁମ୍ବାଇ ନୂଆ ବଲରେ କେଉଁ ଯୋଡ଼ିକୁ ମଇଦାନକୁ ଓହ୍ଲାଉଛି।

Also Read: IPL ଇତିହାସର ୫ ସବୁଠୁ ଖରାପ ଅଧିନାୟକ, ତାଲିକାରେ ଯୋଡ଼ି ହୋଇଗଲା ଋତୁରାଜଙ୍କ ନାଁ

କେଉଁ କେଉଁ ଖେଳାଳି ରହିବେ ନଜରରେ ?

ଜୋଫ୍ରା ଆର୍ଚର ନିଜର ପୁରୁଣା ରଙ୍ଗରେ ନଜର ଆସି ନ ଥିଲେ ବି ଡେଥ ଓଭରଗୁଡ଼ିକରେ ତାଙ୍କର ୟର୍କର ଓ ବାଉନ୍ସର ମ୍ୟାଚର ଗତିପଥ ବଦଳାଇପାରେ। ଗୁଜରାଟ ବିପକ୍ଷ ମ୍ୟାଚରେ ଏହାର ନମୂନା ମଧ୍ୟ ଆର୍ଚର ଦେଖାଇ ସାରିଛନ୍ତି। ମୟଙ୍କ ମାର୍କେଣ୍ଡୟ ଏ ପର୍ଯ୍ୟନ୍ତ ଦୁଇଟି ମ୍ୟାଚରେ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଯଦି ତାଙ୍କୁ ସୁଯୋଗ ମିଳେ ତେବେ ତାଙ୍କୁ ମଝି ଓଭର ଗୁଡ଼ିକରେ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ।

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବିତ ଏକାଦଶ

ରୋହିତ ଶର୍ମା, ରିୟାନ ରିକେଲଟନ(ଓ୍ଵିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ନମନ ଧୀର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଶେରଫେନ ରଦରଫୋର୍ଡ, ମିଚେଲ୍ ସାଣ୍ଟନର, ଶାର୍ଦ୍ଦୁଳ ଠାକୁର, ଟ୍ରେଣ୍ଟ ବୋଲ୍ଟ, ମୟଙ୍କ ମାର୍କେଣ୍ଡୟ/ଅଶ୍ଵିନୀ କୁମାର, ଯଶପ୍ରୀତ ବୁମରା।

ରାଜସ୍ଥାନ ରୟାଲ୍ସର ସମ୍ଭାବିତ ଏକାଦଶ

ବୈଭବ ସୂର୍ଯ୍ୟବଂଶୀ, ଯଶସ୍ଵୀ ଜୟସ୍ଵାଲ, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରିୟାନ ପରାଗ(ଅଧିନାୟକ), ସିମରନ ହେଟମାୟର, ଡେନୋଭନ ଫରେରା, ରବୀନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ରବି ବିଷ୍ଣୋଇ, ତୁଷାର ଦେଶପାଣ୍ଡେ, ସନ୍ଦୀପ ଶର୍ମା।