• ଅନେକ ଦିଗରେ ଆମେ ଅଭିବ୍ୟକ୍ତିର ସ୍ୱାଧୀନତା ସଂକୁଚିତ ହୋଇଥିବା ଦେଖିଛୁ
  • ଇଂରାଜୀ ଭାଷାରେ ଗ୍ରାଣ୍ଡ ଥେଫ୍ଟ ଅଟୋର କୌଣସି ଅର୍ଥ ବୁଝା ପଡୁ ନାହିଁ
  • ଲୋକେ ସରକାରଙ୍କ ବିଷୟରେ ଆପତ୍ତିଜନକ କିଛି କହିବାକୁ ଭୟ କରୁଛନ୍ତି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ରବିବାର ମୋଦି ସରକାରଙ୍କ ନୋଟ ବନ୍ଦୀ ନିଷ୍ପତି ଉପରେ ମୁହଁ ଖୋଲିଛନ୍ତି। ସେ ଏହାକୁ ନିକଟରେ ଲଞ୍ଚ ହୋଇଥିବା ଭିଡିଓ ଗେମ୍ ‘ଗ୍ରାଣ୍ଡ ଥେଫ୍ଟ ଅଟୋ-୬’ (ଜିଟିଏ-୬) ସହ ତୁଳନା କରିଛନ୍ତି। ନୋଟ ବନ୍ଦୀକୁ ସେ ବିନା ଅଟୋରେ ଏକ ବଡ ଚୋରି (ଗ୍ରାଣ୍ଡ ଥେଫ୍ଟ) ବୋଲି କହିଛନ୍ତି। ୟୁଟ୍ୟୁବରେ ପୋଷ୍ଟ ହୋଇଥିବା ଭିଡିଓ ରେ ଥରୁର ଏହି ଗେମ ଖେଳିବା ସହ ଏହାର ନାମକୁ ନେଇ ପରିହାସ କରିଛନ୍ତି। ସେ କହିଛନ୍ତି ଯେ ଇଂରାଜୀ ଭାଷାରେ ଗ୍ରାଣ୍ଡ ଥେଫ୍ଟ ଅଟୋର କୌଣସି ଅର୍ଥ ବୁଝା ପଡୁ ନାହିଁ। ଗ୍ରାଣ୍ଡ ଥିଫ୍ଟ (ବଡ ଚୋରି) କଥାତ ଠିକ୍ ହେଲେ ଏଠାରେ ଅଟୋ ଅର୍ଥ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ମୁଁ ପୂର୍ବରୁ କେବେ ଭିଡିଓ ଗେମ୍ ଖେଳି ନାହିଁ।

ଥରୁର କହିଛନ୍ତି ଯେ ମୁଁ କେବଳ ‘ବଞ୍ଚି’ ରହିବାକୁ ଉଦ୍ୟମ କରୁଛି। କଣ ଚାଲିଛି? ଆପଣମାନେ ନୂଆ ଗେମ ଖେଳୁଛନ୍ତି, ଏହା ପରେ ଥରୁର ଗେମର ପିଛିଲା ଭର୍ସନ ଓ ଆଜିର ଭର୍ସନ ମଧ୍ୟରେ ୧୩ବର୍ଷ ଅନ୍ତରର ତୁଳନା ସେହି ସବୁ ପରିବର୍ତ୍ତନ ସହ କରିଛନ୍ତି, ଯାହାକୁ ଭାରତ ଏହି ସମୟ ମଧ୍ୟରେ ଦେଖିଛି। ସେ କହିଛନ୍ତି ଯେ ଭାରତ ପାଇଁ ଏହି ୧୩ ବର୍ଷ ବେଶ ଅସ୍ଥିର ଥିଲା, ନୁହେଁ କି? ଏବଂ ଅନେକ ଦିଗରେ ଆମେ ଅଭିବ୍ୟକ୍ତିର ସ୍ୱାଧୀନତା ସଂକୁଚିତ ହୋଇଥିବା ଦେଖିଛୁ; ଲୋକେ ସରକାରଙ୍କ ବିଷୟରେ ଆପତ୍ତିଜନକ କିଛି କହିବାକୁ ଭୟ କରୁଛନ୍ତି।

ବିମୁଦ୍ରିକରଣ ଉପରେ କଟାକ୍ଷ କରି ସେ କହିଛନ୍ତି ଯେ ଆମେ ଆମର ୧୦୦୦ ଓ ୫୦୦ ଟଙ୍କା ନୋଟ୍ ମୂଲ୍ୟ ହୀନ ହୋଇଥିବା ଦେଖିଛେ। ଏହି ୧୩ ବର୍ଷରେ ଆମେ ଆମ ଦେଶରେ ଅନେକ ବଡ଼ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିଛେ। ‘ଭେରାଇଟି’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରକଷ୍ଟାର ଗେମ୍ ର ଗ୍ରାଣ୍ଡ ଅଟୋ ଥେଫ୍ଟ-୬ଇତିହାସର ସବୁଠୁ ବଡ଼ ମନୋରଞ୍ଜନ ଲଞ୍ଚର ରେକର୍ଡ କରିଛି। ଏହା ପ୍ରି-ଅର୍ଡର ଓ ପ୍ରଥମ ଦିନ ବିକ୍ରିରୁ ୩.୭୯ ବିଲିୟନ ଆମେରିକୀୟ ଡଲାର ଆୟ କରିଛି। ରକଷ୍ଟାର ଗେମ୍ସ ର ମୂଳ କମ୍ପାନୀ ଟେକ୍-ଟୁ ଇଣ୍ଟରାକ୍ଟିଭ କହିଛି ଯେ ଏହି ବିକ୍ରୟ ସଂଖ୍ୟା ଯେ କୌଣସି ମାଧ୍ୟମରେ ମନୋରଞ୍ଜନ ପାଇଁ ଏକ ନୂତନ ରେକର୍ଡ ।

ଗେମ ପ୍ରଥମ ଦିନ ପ୍ରଦର୍ଶନରେ ଅନେକ ଲୋକପ୍ରିୟ ହଲିଉଡ ଫିଲ୍ମର ବକ୍ସ ଅଫିସ ଆୟକୁ ଅତିକ୍ରମ କରିଯାଇଛି। ସୋନି ପିକ୍ଚର୍ସର ‘ସ୍ପାଇଡର ମ୍ୟାନ୍: ବ୍ରାଣ୍ଡ ନ୍ୟୁ ଡେ’ ୨୦୨୬ ମସିହାରେ ବିଶ୍ୱ ବକ୍ସ ଅଫିସରେ ୨.୫୨ ବିଲିୟନ ଆମେରିକୀୟ ଡଲାର ଆୟ କରିଥିଲା। ଏହା ବର୍ଷର ସବୁଠୁ ଅଧିକ ଆୟକାରୀ ଚଳଚିତ୍ର ହୋଇଥିଲା। ଭେରାଇଟି ଅନୁଯାୟୀ କ୍ରିଷ୍ଟୋଫର ନୋଲାନଙ୍କ ‘ଦି ଓଡିସି’ ୧.୮ ବିଲିୟନ ଡଲାରରୁ ସାମାନ୍ୟ ଅଧିକ ଆୟ କରିଥିଲା। ଏଥିରେ ଜିଟିଏ-୬ର ପ୍ରଥମ ଦିନର ବିକ୍ରୟ ଜେମ୍ସ କାମେରନଙ୍କ ଶେଷ ଦୁଇଟି ଅବତାର ଚଳଚିତ୍ର ‘ଦି ୱେ ଅଫ ୱାଟର ଆଣ୍ଡ ଫାୟାର’ ଓ ‘ଆସେସ୍’ର ମୋଟ ବକ୍ସ ଅଫିସ ଆୟ ସହ ସମାନ ହୋଇଛି।