ସମ୍ୱଲପୁର: ଚାଲିଥିଲା ବରଯାତ୍ରୀ ପ୍ରସେସନ । କିନ୍ତୁ ମଣ୍ଡପରେ ପହଞ୍ଚିବା ପୂର୍ବରୁ ବରପାତ୍ରଙ୍କୁ ଗିରଫ କଲା ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ଘଟିଛି । ଗିରଫ ଅଭିଯୁକ୍ତ ଜଣକ କେନ୍ଦୁଝର ଅଞ୍ଚଳର ସୁମନ୍ତ ଓରାମ ବୋଲି ଜଣାପଡ଼ିଛି ।

​ସୂଚନା ଅନୁଯାୟୀ, ଅନୁଗୁଳ ସ୍ଥିତ ନାଲକୋରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଅଭିଯୁକ୍ତ ସମ୍ବଲପୁର ସଦର ଥାନା ଅଞ୍ଚଳ ନୀଳ ଡୁଙ୍ଗରୀର ଲିଙ୍ଗରାଜ ଟପ୍ପୋ ନାମକ ଜଣେ ଯୁବକଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଠକି ନେଇଥିଲେ । ଏନେଇ ଯୁବକ ଜଣକ ସମ୍ବଲପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ​ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିବା ସମ୍ବଲପୁର ସଦର ଥାନା ପୋଲିସ ଅଭିଯୁକ୍ତ ସୁମନ୍ତ ଓରାମଙ୍କ ବିବାହ ଉତ୍ସବ ଚାଲିଥିବା ଖବର ପାଇ ଅଇଁଠାପାଲି ଥାନା ଅଞ୍ଚଳରେ ଚଢ଼ଉ କରି ତାଙ୍କୁ ଗିରଫ କରିଛି । ଏପରିକି ଅଭିଯୁକ୍ତ ଜଣକ ନିଜକୁ ଓଏଏସ ଅଫିସରର ପରିଚୟ ଦେଇଥିଲେ ।