ଭୁବନେଶ୍ୱର, ୨୩।୧୧ : ଏ ବର୍ଷ ହାଉଲେ ହାଉଲେ ଆସୁଛି ଶୀତ। କାର୍ତ୍ତିକ ପୂର୍ଣ୍ଣିମା ହେଲାଣି କିନ୍ତୁ ଅତ୍ୟଧିକ ଶୀତ ଅନୁଭୂତ ହେଉନି। ତେବେ ଆସନ୍ତା ୪ ଦିନ ଭିତରେ ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ କମିପାରେ। ଏହା ପରେ ବଢ଼ିବ ଥଣ୍ଡା। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ପାଣିପାଗ କେନ୍ଦ୍ର।

ଆସନ୍ତା ୨୬ ତାରିଖ ବେଳକୁ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩, ଫୁଲବାଣୀରେ ୧୪ ଡିଗ୍ରୀ ରହିପାରେ। କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକରେ ବି ପାରଦ ୧୮-୧୯ ଡିଗ୍ରୀ ପାଖାପାଖି ରହିପାରେ। ରାଜ୍ୟରେ ପାଗ ବର୍ତମାନ ଶୁଖିଲା ରହିବ। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ । ତେବେ ସୋମବାର ସକାଳେ ଓ ରାତିରେ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ମଧ୍ୟମରୁ ଘନ କୁହୁଡ଼ି ରହିପାରେ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି।

Also Read :-ମୁମ୍ବାଇ 26/11 ଭଳି ଆକ୍ରମଣ ଧମକ ପରେ ଆଲର୍ଟରେ ହାଇଦ୍ରାବାଦ

ଶନିବାର ରାତିରେ ଅଧିକାଂଶ ସ୍ଥାନରେ ପାରଦ ୨୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା। କୋରାପୁଟରେ ୧୫.୨, ବୌଦ୍ଧରେ ୧୬.୨, ନୂଆପଡ଼ା ୧୭, ଦାରିଙ୍ଗିବାଡ଼ି ୧୭, ଫୁଲବାଣୀ ୧୮ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାରେ ପାରଦ ୨୦ ଡିଗ୍ରୀ ଉପରେ ରହିଥିଲା । ଦିନ ତାପମାତ୍ରା ପାୟତଃ ୩୦ର ୩୨ ଡିଗୀ ଭିତରେ ରହିଥିଲା।