IPL 2026: ଆଇପିଏଲ୍ ଇତିହାସରେ ଏମିତି ବହୁତ କମ ଅଧିନାୟକ ରହିଛନ୍ତି, ଯାହାଙ୍କ ବିଜୟ ପ୍ରତିଶତ ବହୁତ କମ ରହିଛି। ଏକ ପ୍ରକାର କହିବାକୁ ଗଲେ ଏମାନେ ଆଇପିଏଲ୍ ଇତିହାସର ସବୁଠୁ ନିମ୍ନମାନର ଅଧିନାୟକ। ଏହି ତାଲିକାରେ ଏବେ ଯୋଡ଼ି ହୋଇ ଯାଇଛି ଋତୁରାଜ ଗାଏକ୍ଵାଡ଼ଙ୍କ ନାଁ। ଗାଏକ୍ଵାଡ଼ଙ୍କ ବିଜୟ ପ୍ରତିଶତ ଆଇପିଏଲରେ ବହୁତ ନୈରାଶ୍ୟଜନକ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଟପ୍-୫ ସବୁଠୁ ଖରାପ ଅଧିନାୟକଙ୍କ ମଧ୍ୟରୁ ଏବେ ଦୁଇ ଜଣ ଆଇପିଏଲ୍ ଖେଳୁଛନ୍ତି ଏବଂ ନିୟମିତ ଅଧିନାୟକ ପଦରେ ଅଛନ୍ତି। ଜଣେ ହେଉଛନ୍ତି ଋତୁରାଜ ଗାଏକ୍ଵାଡ଼ ଏବଂ ଅନ୍ୟ ଜଣେ ହେଉଛନ୍ତି ଆଜିଙ୍କ୍ୟ ରାହାଣେ।

ଟପ୍-୨ରେ ଦୁଇ ଶ୍ରୀଲଙ୍କା ଖେଳାଳି

ଆଇପିଏଲର ଇତିହାସରେ ଯିଏ ବି ଅଧିନାୟକତ୍ଵ କରିଛନ୍ତି ସେମାନେ ଅତି କମରେ ୨୦ଟି ମ୍ୟାଚରେ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି। ସବୁଠୁ ଖରାପ ବିଜୟ ପ୍ରତିଶତ ତାଲିକାରେ ଶୀର୍ଷରେ ଅଛନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାରା। ଆଇପିଏଲରେ ଅଧିନାୟକ ଭାବେ କୁମାର ସାଙ୍ଗାକାରାଙ୍କ ବିଜୟ ପ୍ରତିଶତ ମାତ୍ର ୩୪.୦୪ ପ୍ରତିଶତ ରହିଛି। ସାଙ୍ଗାକାରା ଡେକ୍କନ ଚାର୍ଜର୍ସ ହାଇଦ୍ରାବାଦ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ଵ କରିଛନ୍ତି। ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ତାଙ୍କ ଦେଶର ସାଥୀ ମହେଲା ଜୟବର୍ଦ୍ଧନେ। ଆଇପିଏଲରେ ତାଙ୍କର ବିଜୟ ପ୍ରତିଶତ ୩୫ ରହିଛି। ସେ ବି ତିନୋଟି ଟିମ୍ ଦିଲ୍ଲୀ ଡେୟାରଡେଭିଲ୍ସ, କୋଚି ଟସ୍କର୍ସ କେରଲା ଓ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକତ୍ଵ କରିଛନ୍ତି।

Also Read: ବିରାଟ କୋହଲିଙ୍କ 'ନୋ ଲୁକ୍' ସଟ୍, ଖୁସିରେ ଝୁମିଲେ ଅନୁଷ୍କା ଶର୍ମା : ଦେଖନ୍ତୁ ଭିଡିଓ

ତାଲିକାରେ ତିନି ଭାରତୀୟ

ତାଲିକାରେ ତୃତୀୟରେ ଅଛନ୍ତି ଭାରତୀୟ ଖେଳାଳି ଆଜିଙ୍କ୍ୟ ରାହାଣେ। ସେ କେକେଆର, ରାଇଜିଂ ପୁଣେ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସର ନେତୃତ୍ଵ ନେଇ ସାରିଛନ୍ତି। ତାଙ୍କର ବିଜୟ ପ୍ରତିଶତ ୩୫.୮୯ ପ୍ରତିଶତ ରହିଛି। ଅନ୍ୟପଟେ ଋତୁରାଜ ଗାଏକ୍ଵାଡ଼ କେବଳ ସିଏସକେ ପାଇଁ ଅଧିନାୟକତ୍ଵ କରିଛନ୍ତି। ୨୨ଟି ମ୍ୟାଚ୍ ପରେ ତାଙ୍କର ବିଜୟ ପ୍ରତିଶତ ୩୬.୩୬ ରହିଛି। ଶିଖର ଧାଓ୍ଵନଙ୍କ ବିଜୟ ପ୍ରତିଶତ ଆଇପିଏଲରେ ଅଧିନାୟକ ଭାବେ ୩୭.୦୩ ରହିଛି। ଧାଓ୍ଵନ ପଞ୍ଜାବ କିଙ୍ଗ୍ସ ଓ ଏସଆରଏଚ ପାଇଁ ଅଧିନାୟକତ୍ଵ କରି ସାରିଛନ୍ତି।

IPLରେ ଅଧିନାୟକ ଭାବେ ସବୁଠୁ ଖରାପ ବିଜୟ ପ୍ରତିଶତ

୩୪.୦୪- କୁମାର ସାଙ୍ଗାକାରା

୩୫.୦୦- ମହେଲା ଜୟବର୍ଦ୍ଧନେ

୩୫.୮୯- ଆଜିଙ୍କ୍ୟ ରାହାଣେ

୩୬.୩୬- ଋତୁରାଜ ଗାଏକ୍ଵାଡ଼

୩୭.୦୩- ଶିଖର ଧାଓ୍ଵନ

Also Read: IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ ଦେଲେ ସବୁଠୁ କମ