Matheesha Pathirana: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୬ରେ କୋଲକାତା ନାଇଟ୍ ରାଇଡର୍ସ(KKR)ର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ନିରୁତ୍ସାହଜନକ ରହିଛି। ଦଳ ଚାରୋଟି ମ୍ୟାଚରୁ ୩ଟି ହାରି ପଏଣ୍ଟ ଟେବୁଲରେ ସର୍ବନିମ୍ନ ସ୍ଥାନରେ ରହିଛି। ବର୍ଷା କାରଣରୁ ଗୋଟିଏ ମ୍ୟାଚ୍ ବାତିଲ ହେବାରୁ ଦଳକୁ ଗୋଟିଏ ଅଙ୍କ ମିଳିଛି। ଏହା ମଧ୍ୟରେ କେକେଆର ପାଇଁ ଆସିଛି ବଡ଼ ଖୁସିର ଖବର। କେକେଆର ମାଲିଙ୍ଗା ଦଳରେ ସାମିଲ୍ ହେବାକୁ ଯାଉଛନ୍ତି। ଏହି ମାଲିଙ୍ଗା ଆଉ କେହି ନୁହନ୍ତି ବରଂ ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ପରି ବୋଲିଂ କରୁଥିବା ମଥିଶା ପଥିରାନା। ଆହତ ଜନିତ ସମସ୍ୟା କାରଣରୁ ଏ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୬ରୁ ଦୂରରେ ଥିଲେ ପଥିରାନା। ଏବେ ଶ୍ରୀଲଙ୍କା କ୍ରିକେଟ୍ ବୋରଡ ପଥିରାନାଙ୍କୁ ନୋ ଅବଜେକସନ ସାର୍ଟିଫିକେଟ୍ ବା ଏନଓସି ପ୍ରଦାନ କରିଛି। ପଥିରାନାଙ୍କୁ କେକେଆର ୧୮ କୋଟି ଟଙ୍କା ଖର୍ଚ୍ଚରେ ନିଜ ଦଳରେ ସାମିଲ୍ କରିଥିଲା।।

କ୍ରିକବଜର ରିପୋର୍ଟ ଅନୁସାରେ, ମଥିଶା ପଥିରାନା ଏବେ କେକେଆର ପକ୍ଷରୁ ଖେଳିବାକୁ ପ୍ରସ୍ତୁତ। ସେ ଆଗାମୀ ମ୍ୟାଚରେ ଚୟନ ପାଇଁ ଉପଲବ୍ଧ ରହିବେ। ଏପ୍ରିଲ ୧୪ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସିଏସକେ ଓ କେକେଆର ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏଥିରେ ପଥିରାନାଙ୍କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିପାରେ। ପଥିରାନା ଚେନ୍ନାଇର ପରିସ୍ଥିତି ଏବଂ ପିଚ୍ ବିଷୟରେ ବେଶ ଭଲ ଭାବେ ଅବଗତ। କାରଣ ସେ ପୂର୍ବରୁ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି। ଚେପକରେ ସେ ଅନେକ ମ୍ୟାଚ୍ ଖେଳିବା ସହ ଖୁବ୍ ଅଭ୍ୟାସ୍ କରିଛନ୍ତି।

Also Read: ବିରାଟ ନା ରୋହିତ, IPLରେ କାହାର ରେକର୍ଡ ଭଲ ? ଜାଣନ୍ତୁ MI vs RCBର ମ୍ୟାଚର A ଟୁ Z

୨୩ ବର୍ଷୀୟ ଏହି ଦ୍ରୁତ ବୋଲର ପାଦରେ ଆହତ କାରଣରୁ ଆଇପିଏଲ୍ ୨୦୨୬ର ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳି ପାରି ନାହାନ୍ତି। ଆଇପିଏଲ୍ ପୂର୍ବରୁ ପଥିରାନାଙ୍କୁ ଟି-୨୦ ବିଶ୍ଵକପରେ ଆଘାତ ଲାଗିଥିଲା। କେକେଆର ପୂର୍ବତରୁ ହର୍ଷିତ ରାଣା ଓ ଆକାଶ ଦୀପଙ୍କୁ ହରାଇ ସାରିଛି। କାରଣ ଏହି ଦୁଇ ବୋଲର ଆହତ କାରଣରୁ ପୂରା ସିଜିନରୁ ବାଦ୍ ପଡ଼ି ସାରିଛନ୍ତି। ଫଳରେ କେକେଆରର ବୋଲିଂ କ୍ରମ ଦୁର୍ବଳ ହୋଇ ପଡ଼ିଛି। ଏମିତି ସ୍ଥିତିରେ ପଥିରାନା ସାମିଲ୍ ହେବା ଦଳର ବୋଲିଂ ଲାଇନ ଅପକୁ କିଛିଟା ମଜବୁତ ପ୍ରଦାନ କରିବ।

ପଥିରାନା ଆହତ ଥିଲେ ମଧ୍ୟ କେକେଆର ତାଙ୍କର ବଦଳ ଖେଳାଳି ଘୋଷଣା କରି ନ ଥିଲା। କାରଣ ଫ୍ରାଞ୍ଚାଇଜ ଓ ଶ୍ରୀଲଙ୍କା ବୋର୍ଡ ମଧ୍ୟରେ ଲଗାତାର ଯୋଗାଯୋଗ ଚାଲିଥିଲା। ନିଜର ଦ୍ରୁତ ବୋଲିଂ ଓ ୟର୍କର ପାଇଁ ପରିଚିତ ପଥିରାନାଙ୍କୁ ବୋର୍ଡ ତରଫରୁ ଖେଳିବା ନେଇ ସବୁଜ ସଙ୍କେତ ମିଳି ସାରିଛି। ପଥିରାନାଙ୍କ ଅନୁପସ୍ଥିତିରେ ବ୍ଲେସିଂ ମୁଜରବାନି ଏକମାତ୍ର ବିଦେଶୀ ଖେଳାଳି ଭାବେ ଦ୍ରୁତ ବୋଲିଂ ଦାୟିତ୍ଵ ସମ୍ଭାଳୁଥିଲେ। ମୁସ୍ତାଫିଜୁର ରେହମାନଙ୍କ ସ୍ଥାନରେ ବ୍ଲେସିଂ ମୁଜରବାନିଙ୍କୁ ଦଳରେ ସାମିଲ୍ କରିଥିଲା କେକେଆର।

Also Read: ୫ ବଲରେ ଲଗାତାର ୫ ଓ୍ଵିକେଟ୍... ୯ ବ୍ୟାଟରଙ୍କ କଲେ ଶିକାର, କ୍ରିକେଟ୍ ଇତିହାସରେ ଘଟିଲା ପ୍ରଥମ ଥର