ନୀଳଗିରି: ବାଲେଶ୍ଵର ଜିଲ୍ଲା ଆଜି ନୀଳଗିରି ସହରରେ ଏକ ଚିତ୍ର ହୃଦୟସ୍ପର୍ଶୀ ଚିତ୍ର ପଦାକୁ ଆସିଛି। ଜଙ୍ଗଲରେ ଥିବା ମାଙ୍କଡ଼ ଉପଦ୍ରବ ପାଇଁ ଲୋକେ ଭୟଭୀତ ହୋଇଥାନ୍ତି।ମାଙ୍କଡ଼ ମଧ୍ୟ ମଣିଷ ପାଖକୁ ଆସିବାକୁ ଭୟ କରିଥାନ୍ତି।ଏହାରି ଭିତରେ ଏକ ହନୁମାଙ୍କଡ଼ ଆସି ବଜାରରେ ବୁଲି ଚିକିତ୍ସା ମାଗୁଛି।

ପାଖରେ ଥିବା କିଛି ଲୋକ ମଧ୍ୟ ଭୟଭୀତ ହୋଇପଡିଥିଲେ। ହେଲେ ମାଙ୍କଡ଼ଟି କିଛି ଇସାରା କରୁଥିବା ବେଳେ କିଛି ସହୃଦୟ ବ୍ୟକ୍ତି ଯୁବକ ବ୍ୟକ୍ତି ଖାଇବାକୁ ଦେଇଥିଲେ। ମାଙ୍କଡ଼ ଟି ନଖାଇ ତାଙ୍କ ହାତକୁ ପେଲି ଦେଇଥିଲେ। ମାଙ୍କଡ଼ ଆଖିରୁ ଲୁହ ଝରୁଥିବା ବେଳେ ତାର ଡାହାଣ ହାତ ଖଣ୍ଡିଆ ହୋଇଥିବାର ଦେଖିବାକୁ ମିଳିଥିଲା।ସେଇଥିପାଇଁ ସେ ଚିକିତ୍ସା ପାଇଁ ସରଣ ପଶି କିଛି ଇସାରା କରୁଥିଲା। ପରେ ମେଡିସିନ ଦୋକାନରୁ କ୍ଷତ ଶୁଖିବା ପାଇଁ ଏକ ସ୍ପ୍ରେ ଆଣି ମାରିବା ପରେ ମାଙ୍କଡଟି ଦୌଡ଼ିବା ଆରମ୍ଭ କରିଥିଲା।

Also Read: ପୁରୀ ବଡ଼ଦାଣ୍ଡରେ ଯୋଡ଼ି ହେଲା ସମ୍ପର୍କ, ଅପରିଚିତ ସାଜିଲା ଦେବଦୂତ !

କେତେବେଳେ ବାଇକ ଉପରେ ବସି ବାଇକ ଗଡ଼ାଉ ଥିଲା ତ ଆଉ କେତେବେଳେ ଯାଇ ଗଛ ଉପରେ ବସି ଅନାଇ ରହୁଥିଲା। ସତେ ଯେପରି ଜଣାପଡୁଥିଲା ସେ କହୁଛି ଖାଦ୍ୟ ନୁହେଁ ମୁଁ ପରା ସେବା ଚାହ୍ନୁଥିଲି। ପରେ ବନ ବିଭାଗ ଖବର ପାଇ ମାଙ୍କଡ଼ଟିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।