ନୂଆଦିଲ୍ଲୀ ୭/୧୦: ସାମ୍ନା ସାମ୍ନି ମାରିବ ଶତ୍ରୁକୁ । ଫ୍ରଣ୍ଟ ୱାରର ଅବ୍ୟର୍ଥ ଅସ୍ତ୍ର । ହୁଅନ୍ତୁ ସେ ଶତ୍ରୁ, ଦେଶର ସୈନ୍ୟ,କିମ୍ବା ଆତଙ୍କବାଦୀ । ଏ ଅସ୍ତ୍ରରେ ଲକ୍ଷ ଅବ୍ୟର୍ଥ । କାରଣ ଏହା ଭାରତୀୟ । ଭାରତରେ, ଭାରତୀୟ ଯନ୍ତ୍ରାଶଂରେ ଏବଂ ଭାରତ ଦ୍ବାରା ତିଆରି ଏ ଆଗ୍ନେୟାସ୍ତ୍ର । ଭାରତୀୟ ଜବାନଙ୍କ ହାତରେ ଆଉ ଏକ ମହାସ୍ତ୍ର । ଦୁନିଆର ସବୁଠାରୁ ଆଧୁନିକ ଓ ସବୁଠୁ ଶକ୍ତିଶାଳି । ରୁଷିଆର ସବୁଠାରୁ ଘାତକ ଅସ୍ତ୍ର ଏବେ ଭାରତ ହାତରେ । ମାନେ ରୁଷିଆର ଡିଜାଇନ୍‌ କିନ୍ତୁ ମାନ୍ୟୁଫ୍ୟାକ୍ଚରିଂ ଇନ୍‌ ଇଣ୍ଡିଆ। ଚମତ୍କାର ଆଉ ଅବିଶ୍ବସନୀୟ । ୬୦ ସେକେଣ୍ଡରେ ୭୦୦ ଗୁଳି । ୮ଶହ ମିଟର ଦୂର ଯାଏ ସଠିକ ଲକ୍ଷ୍ୟଭେଦ । ଟେନସନରେ ହିନ୍ଦୁସ୍ତାନର ୨ ପଡୋଶୀ ଚୀନ ଓ ପାକିସ୍ତାନ । ଉତ୍ତରପ୍ରଦେଶ ଆମେଥିର ଘନ ଜଙ୍ଗଲରୁ ଏକ ଏମିତି ଚମକାଇଲା ପରି ଖବର ଆସିଛି ଯାହା ଗ୍ଲୋବାଲ ଡିଫେନ୍ସ ମାର୍ଟେକରେ ହଇଚଇ ସୃଷ୍ଟି କରିଛି । ଘାତକ ଅସ୍ତ୍ର ସ୍ବଦେଶୀ ଆସଲ୍ଟ ରାଇଫଲ ଶେର୍‌ର ଭିଡିଓ ଦେଖି ବେଜିଂରୁ ଇସଲାମାବାଦ ଡିଫେନ୍ସ  ସେକ୍ଟରରେ ବଡ ହଲ୍‌ଚଲ୍ । ମେଡ ଇନ୍‌ ଇଣ୍ଡିଆ , ନିଶ୍ଚିତ ଭାବେ ପ୍ରାଇଡ୍‌ ଅଫ ଇଣ୍ଡିଆ । କାରଣ ଏହା ପାୱାରଫୁଲ ଇନ୍ ୱାର୍ଲ୍ଡ ।

Watch Video: INDIAN ARMY NEW 'SHER' AK-203ର ତାକତ ଜାଣିବାକୁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ

​​​​​​​