ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଶେଷ ହୋଇଛି। ଏହି ଟେଷ୍ଟକୁ ଭାରତ ରେକର୍ଡ ଇନିଂସ ଓ ୩୦୦ ରନରେ ଜିତି ନେଇଛି। ଜୁନ ୬ରୁ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ତିନି ଦିନରେ ଅର୍ଥାତ ଜୁନ ୮ରେ ଶେଷ ହୋଇଛି। ଏବେ ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଦିନିନିକିଆ ପାଇଁ ଭାରତୀୟ ଦଳ ସଂପୂର୍ଣ୍ଣ ଭାବେ ବଦଳିଯିବ। ୧୫ ଜଣିଆ ଦଲରେ ସାତ ନୂଆ ଖେଳାଳି ନିଜର ଆସିବେ।

କାହିଁକି ବଦଳିଲା ପୂରା ସ୍କ୍ୱାଡ୍ ?

ବିସିସିଆଇ ପୂର୍ବରୁ ହିଁ ଉଭୟ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରିଥିଲା। ଦଳ ଚୟନ ସମୟରେ ୭ ଜଣ ଖେଳାଳିଙ୍କୁ କେବଳ ଟେଷ୍ଟ ପାଇଁ ଏବଂ ଅନ୍ୟ ୭ ଜଣଙ୍କୁ କେବଳ ଦିନିକିଆ ପାଇଁ ସୁଯୋଗ ମିଳିଥିଲା। ଉଭୟ ଦଳରେ ମାତ୍ର ୮ ଜଣ ଖେଳାଳି ସମାନ ରହିଛନ୍ତି। ସେଥିପାଇଁ ଟେଷ୍ଟ ମ୍ୟାଚ୍ ମାତ୍ର ୩ ଦିନରେ ଶେଷ ହେବା ପରେ ଏହି ୭ ଜଣ ଟେଷ୍ଟ ବିଶେଷଜ୍ଞ ଖେଳାଳି ଦସ୍ୱତଃପ୍ରବୃତ୍ତ ଭାବେ ବାହାର ହୋଇଯାଇଛନ୍ତି।

Also Read: ଟିମ୍ ଇଣ୍ଡିଆର କୀର୍ତ୍ତିମାନ: ଟେଷ୍ଟ ଇତିହାସରେ ହାସଲ କଲା ସବୁଠାରୁ ବଡ଼ ବିଜୟ

କେବଳ ଟେଷ୍ଟ ପାଇଁ ଆସିଥିବା ଏହି ୭ ଖେଳାଳି ବାହାର

ୟଶସ୍ବୀ ଜୈସୱାଲ, ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପଡିକ୍କଲ, ମହମ୍ମଦ ସିରାଜ, ମାନବ ସୁଥାର ଏବଂ ଧ୍ରୁବ ଜୁରେଲ।

ଦିନିକିଆ ଦଳରେ ରୋହିତ-ହାର୍ଦ୍ଦିକଙ୍କ  !

ସେହିପରି ଦିନିକିଆ ସିରିଜ୍ ପାଇଁ ଦଳକୁ ଫେରିଛନ୍ତି ଅନେକ ସିନିୟର ଖେଳାଳି। କେବଳ ଦିନିକିଆ ପାଇଁ ମନୋନୀତ ହୋଇଥିବା ୭ ଜଣିଆ ତାଲିକାରେ ଅଛନ୍ତି- ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଏବଂ ପ୍ରିନ୍ସ ଯାଦବ।

Also Read: ଖୁବ୍ ଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ ସୂର୍ଯ୍ୟ କୁମାର ! ଇନଷ୍ଟାଗ୍ରାମ୍ ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶ୍ନ

ଦିନିକିଆ ସମ୍ପୂର୍ଣ୍ଣ ଦିନିକିଆ ଦଳ

ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା*, ବିରାଟ କୋହଲି, ଶ୍ରେୟସ ଆୟର (ସହ-ଅଧିନାୟକ), କେ.ଏଲ୍. ରାହୁଲ (ୱିକେଟକିପର), ଇଶାନ କିଶନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା*, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର, ହର୍ଷ ଦୁବେ।

ମ୍ୟାଚ୍ ସିଡ୍ୟୁଲ

ପ୍ରଥମ ଦିନିକିଆ: ୧୩ ଜୁନ୍ (ଶନିବାର) – ଧର୍ମଶାଳା

ଦ୍ୱିତୀୟ ଦିନିକିଆ: ୧୭ ଜୁନ୍ (ବୁଧବାର) – ଲକ୍ଷ୍ନୌ

ତୃତୀୟ ଦିନିକିଆ: ୨୦ ଜୁନ୍ (ଶନିବାର) – ଚେନ୍ନାଇ