କଟକ ୪।୧୧: କଟକରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । କଟକ ମହାନଗର ନିଗମ ବିଜୁ ଭବନ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସଚିବ ସନ୍ତୋଷ କୁମାର ଦାଶ । ଆଗାମୀ ପୌର ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରିଛନ୍ତି ସଚିବ । ବୈଠକରେ କେ ଏମ୍ ସି ଅତିରିକ୍ତ କମିଶନର, ସମସ୍ତ ଏ.ଇ.ଆର୍.ଓ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Also Read:-ଗଞ୍ଜାମ ବନ୍ୟା ପରେ ତେଜିଲା ରାଜନୀତି, ବିରୋଧୀଙ୍କ ଅଭିଯୋଗକୁ BJPର ଖଣ୍ଡନ

ଗତ ଏକ ସପ୍ତାହ ଧରି ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଡୋର୍ ଟୁ ଡୋର୍ ସର୍ଭେ । କେଉଁ କାମ କେତେ ବାଟ ଆଗେଇଛି ସେ ନେଇ କରିଛନ୍ତି ଆଲୋଚନା । ଯେପରି କୌଣସି ବ୍ୟକ୍ତିଙ୍କ ନାମ ଭୋଟର ଲିଷ୍ଟରୁ ବାଦ୍ ପଡ଼ିନଯାଏ ସେ ନେଇ କରିଥିଲେ ଆଲୋଚନା । ସମସ୍ତେ ଏହି ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ସଚିବ ।