ମୁମ୍ବାଇ,୮|୦୬:ସୂର୍ଯ୍ୟକୁମାର ଯାଦବଙ୍କ ସମୟ ଭଲ ନାହିଁ । ଲଗାତାର ଭାବେ ସେ ବିଭିନ୍ନ ମୁକାବିଲାରେ ବିଫଳ ହେଉଛନ୍ତି । ହାତରୁ ଟି୨୦ ଅଧିନାୟକ ପଦ ବି ଯାଇଛି । ଦଳରୁ ମଧ୍ୟ ବାଦ୍ ପଡିଛନ୍ତି । ଲଗାତାର ଆଉଟ୍ ଅଫ୍ ଫର୍ମ୍ ହେଲା ପରେ ତାଙ୍କୁ ବଡ ପନିସମେଣ୍ଟ୍ ଦେଇଛି ବିସିସିଆଇ । ଏହା ଭିତରେ ଆଉ ଏକ ଚର୍ଚ୍ଚା ମଧ୍ୟ ହେଉଛି ।

ନିକଟରେ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ଦଳ ଘୋଷଣା ହୋଇଛି । ଏଥିରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଛି । ତେବେ ସୂର୍ଯ୍ୟ ବାଦ୍ ପଡିଛନ୍ତି । ଫଳରେ ତାଙ୍କ କ୍ୟାରିଅରକୁ ନେଇ ଆଶଙ୍କା ଦେଖାଦେଇଛି । ଭାରତୀୟ ଦଳରେ ସେ ସ୍ଥାନ ପାଇବା ଏବେ କଷ୍ଟକର ହୋଇଯାଇଛି । ଏସବୁ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବିଦା କରିପାରେ ବୋଲି ଫ୍ୟାନ୍ସମାନେ କହୁଛନ୍ତି ।

ରିପୋର୍ଟ ଅନୁସାରେ, ସୋମବାର ସୂର୍ଯ୍ୟକୁମାରଙ୍କ ଇନଷ୍ଟାଗ୍ରାମରେ ଫ୍ୟାନ୍ସ୍ ମୁମ୍ବାଇ ଇଣ୍ଡିଆନ୍ସ ସମ୍ବନ୍ଧିତ ଫଟୋ ଖୋଜିଥିଲେ । ହେଲେ ଗୋଟିଏ ହେଲେ ଫଟୋ ସେମାନେ ପାଇନଥିଲେ । ଯେଉଁଥିରୁ ସେ ମୁମ୍ବାଇ ଛାଡିବା ନେଇ ଫ୍ୟାନ୍ସ୍ ଆଲୋଚନା କରୁଛନ୍ତି ।

Also Read :- ଟି-୨୦ ଦଳର ଅଧିନାୟକ ପଦ ମିଳିବା ପରେ ଆସିଲା ଶ୍ରେୟସ ଆୟରଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ...

ଖାଲି ଏତିକି ନୁହେଁ କିଛି ଫ୍ୟାନ୍ସ ଇନଷ୍ଟାଗ୍ରାମରେ ସୂର୍ଯ୍ୟ କୁମାରଙ୍କ ଫଲୋଇଂ ସର୍ଚ୍ଚ କରିଥିଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ମୁମ୍ବାଇ ଇଣ୍ଡିଆନ୍ସ ଏଥିରେ ମିଳିନଥିଲେ । ଆଇପିଏଲରେ ନିକଟରେ କେବଳ ସୂର୍ଯ୍ୟଙ୍କର ଗୋଟିଏ ଫଟୋ ରହିଛି । ଯେଉଁଥିରେ ସେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ସହ ରହିଛନ୍ତି ।

୨୦୧୮ ମସିହାରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସୂର୍ଯ୍ୟ ସାମିଲ ଅଛନ୍ତି । ଏହା ପୂର୍ବରୁ ସେ କୋଲକାତା ନାଇଟ୍ ରାଇଡର୍ସରେ ଥିଲେ । ଅନେକ ମୁକାବିଲାରେ ସେ ମୁମ୍ବାଇକୁ ଜିତାଇଛନ୍ତି । କିନ୍ତୁ ୨୦୨୬ରେ ସେ ଅତି ଶୋଚନୀୟ ପ୍ରଦର୍ଶନ କରିଥିଲେ । ଫଳରେ ଏମଆଇ ମ୍ୟାନେଜମେଣ୍ଟ ବିକଳ୍ପ ଖେଳାଳି ଖୋଜିବାରେ ଲାଗିଥିବା କୁହାଯାଉଛି ।

ଗତ ଆଇପିଏଲରେ ସେ ମାତ୍ର ୨୭୦ ରନ୍ ସ୍କୋର କରିଥିଲେ । ତାଙ୍କର ଆଭରେଜ୍ ଥିଲା ୨୦.୭୭ । ଏଥିରେ ଦୁଇଟି ଅର୍ଧଶତକ ଥିବା ବେଳେ ମୁମ୍ବାଇ ନବମ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଥିଲା ।