ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଭାଗ (IMD)ର ସଦ୍ୟ ବୁଲେଟିନ୍ ଅନୁସାରେ, ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବା ଡିପ୍ ଡପ୍ରେସନ ଏବେ ଅଧିକ ସକ୍ରିୟ ହୋଇଛି। ଏହା ବର୍ତ୍ତମାନ ଉତ୍ତରରୁ ଉତ୍ତର- ପଶ୍ଚିମ ଦିଗ ଅର୍ଥାତ୍ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡ ଆଡ଼କୁ ଦ୍ରୁତ ବେଗରେ ମାଡ଼ି ଆସୁଛି।

ଆଇଏମଡିର ସୂଚନା ଅନୁସାରେ, ଏହି ଅବପାତ ସୋମବାର ଦ୍ବିପ୍ରହରରରେ ବାଲେଶ୍ବର ଏବଂ କ୍ୟାନିଙ୍ଗ ମଧ୍ୟରେ ଉପକୂଳ ଛୁଇଁବ। ପାଣିପାଗ ବିଭାଗ ଏହାକୁ ନେଇ ଚେତାବନୀ ଦେବା ସହ ଜୁଲାଇ ୨୮ ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି।

ଏମିତିରେ ଆଇଏମଡି ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ଜୁଲାଇ ୨୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଉପକୂଳରୁ ଏବଂ ଏହା ସହ ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗରର ସାମୁଦ୍ରିକ ଅଞ୍ଚଳରେ ଯିବାକୁ ବାରଣ କରାଯାଇଛି। ବିଭାଗ କହିଛି ୫୫ରୁ ୬୫ କିଲୋମିଟର ପ୍ରତି ଘଣ୍ଟାର ବେଗରେ ପବନ ବହିପାରେ ଏମିତିକି ଏହି ବେଗ ୭୫ କିଲୋମିଟର ପ୍ରତିଘଣ୍ଟାରେ ମଧ୍ୟ ପହଞ୍ଚିପାରେ । ଏହି କାରଣରୁ ସମୁଦ୍ରରେ ଅତ୍ୟଧିକ ଅଶାନ୍ତ ରହିବା ନେଇ ଆଶଙ୍କା କରାଯାଉଛି।

Also Read: ପ୍ରବଳ ବର୍ଷାର ପ୍ରଭାବ : ପଞ୍ଚଲିଙ୍ଗେଶ୍ୱରରେ ବନ୍ଦ ହେଲା ସ୍ପର୍ଶ ଦର୍ଶନ, ସୁରକ୍ଷା ପାଇଁ ଟ୍ରଷ୍ଟବୋର୍ଡର ନିଷ୍ପତ୍ତି

ଆସନ୍ତା କିଛି ଘଣ୍ଟା ପାଇଁ ରେଡ୍ ଓ୍ବାର୍ଣ୍ଣିଂ

ପାଣିପାଗ ବିଭାଗ ଓଡ଼ିଶା ପାଇଁ ସ୍ବତନ୍ତ୍ର ଚେତାବନୀ ଜାରି କରି କହିଛି ଯେ, କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି। ଏହାର ପ୍ରଭାବରେ କଚ୍ଚା ଘର ନଷ୍ଟ, ଗଛ ଉପୁଡ଼ିବା ଏବଂ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସହ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ।