ନୂଆଦିଲ୍ଲୀ: ସ୍ପେନ୍‌ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଦୁଇଟି ହାଇ ସ୍ପିଡ୍ ଟ୍ରେନ୍ ପରସ୍ପର ସହ ଧକ୍କା ହେବାରୁ ପ୍ରାୟ ୩୯ ଜଣଙ୍କର ଜୀବନ ଯାଇଛି। ବୁଧବାର ମାଦ୍ରିଦ୍ ଆଣ୍ଡାଲୁସିଆରେ ଏହି ଦୁର୍ଘଟଣା ଘଟିଥିବା ରେଳ ପରିଚାଳକ ଆଦିଫ ସୂଚନା ଦେଇଛନ୍ତି ବୋଲି ରୟଟର୍ସ ରିପୋର୍ଟ ପ୍ରକାଶ କରିଛି। ତେବେ ଦୁର୍ଘଟଣା କାହିଁକି ଘଟିଲା ? ଏଥିରେ କେତେ ଲୋକ ଆହତ ହୋଇଛନ୍ତି ସେ ନେଇ ସ୍ପେନ୍ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି।

ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା। ଏକ 'ରେନଫେ' (Renfe) ଟ୍ରେନ୍ ଏବଂ ଏକ 'ଇରିଓ' (Iryo) ପରସ୍ପର ସହ ଧକ୍କା ହୋଇଥିଲେ। ଏହି ଧକ୍କା ଯୋଗୁ 'ଇରିଓ' ଟ୍ରେନର ଦୁଇଟି ବଗି ଧାରଣାରୁ ଖସି ପଡ଼ିଥିବା କାସ୍ତିଲା-ଲା ମାଞ୍ଚା (Castilla-La Mancha) ଆଞ୍ଚଳିକ ସରକାରଙ୍କ ଜଣେ ମୁଖପାତ୍ରଙ୍କ ସୂଚନା ଦେଇଛନ୍ତି।

ଘଟଣା ପରେ ମାଦ୍ରିଦ-ଆଣ୍ଡାଲୁସିଆ ହାଇସ୍ପିଡ୍ ରେଳ କରିଡରରେ ଟ୍ରେନ୍ ଚଳାଚଳ ନିଲମ୍ବିତ କରାଯାଇଛି। ସ୍ପେନ୍ ଗଣମାଧ୍ୟମ କାଷ୍ଟିଲା-ଲା ମାଞ୍ଚା ଟେଲିଭିଜନ ଦ୍ୱାରା ପ୍ରସାରିତ ଫୁଟେଜରେ ଟ୍ରେନ୍ ବଗି ଲାଇନଚ୍ୟୁତ ହୋଇଥିବା ଦେଖାଯାଉଛି। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଛିଟିକି ପଡ଼ି ଏକ ଉଚ୍ଚ ସ୍ଥାନରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। ଏହାର ଭଗ୍ନାବଶେଷ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳୁଛି।

ଘଟଣା ପରେ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଆଲର୍ଟ କରାଯାଇଥିଲା। ସ୍ଥାନୀୟ କାଉନସିଲ ପ୍ରିପେୟାର ଫେସିଲିଟି, ସ୍ପୋର୍ଟସ୍ ହଲ ଆଦି ସ୍ଥାନଗୁଡ଼ିକର ଜରୁରୀ ଚିକିତ୍ସା ସହ ଆତଙ୍କ ରବିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଉର୍ଦାନ ଟାଉନ ମେୟର ମାନୁଏଲ ଗାଲାନ ସ୍ପେନ୍ ରେଡିଓ କାଡେନା ଏସଇଆରକୁ ସୂଚନା ଦେଇଛନ୍ତି।