ନୂଆଦିଲ୍ଲୀ, ୨୮/୧୦ : ତୃତୀୟ ଟି୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୬ ଓ୍ୱିକେଟରେ ପରାସ୍ତ କରିଛି । ମୁକାବିଲାରେ ଅଭିଷେକ ଶର୍ମା ଦମଦାର ଶତକ ହାସଲ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଆକର୍ଷଣୀୟ ପାଳି ଖେଳିଥିଲେ । ତେବେ ମ୍ୟାଚରେ ବୈଭବଙ୍କୁ ତିନି ନମ୍ବର ବଦଳରେ ଓପନିଂ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା । ଫଳରେ ସେ ୧୯ ବଲରୁ ୪୫ ରନ୍ କରିଥିଲେ । ଇନିଂସରେ ସେ ୪ଟି ଛକା ଏବଂ ୪ଟି ଚଉକା ଲଗାଇଥିଲେ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୨୩୬.୮୪ ରହିଥିଲା ।

Also Raed :- ପୁରୁଣା ଟାଙ୍କି କାଟୁଥିବା ବେଳେ ବିସ୍ଫୋରଣ, ଚାଲିଗଲା କର୍ମଚାରୀଙ୍କ ଜୀବନ

ଦ୍ୱିତୀୟ ଟି୨୦ରେ ସେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ । କିନ୍ତୁ ୮ଟି ବଲ୍ ଖେଳି ମାତ୍ର ୪ ରନ୍ କରିଥିଲେ । ଏହାକୁ ନେଇ ପୂର୍ବତନ ବ୍ୟାଟର ସଦାଗୋପାନ୍ ରମେଶ ବଡ ପ୍ରତିକ୍ରିୟା ଦେଇଛନ୍ତି । ବୈଭବଙ୍କୁ ଓପନିଂ ପୋଜିସନ୍ ଦେଇ ଦଳ ତାଙ୍କୁ ଚକଲେଟ୍ ଦେଇଥିବା ରମେଶ କହିଛନ୍ତି ।

ସେ କହିଛନ୍ତି ଯେ, ସୂର୍ଯ୍ୟବଂଶୀଙ୍କୁ ଟିମ୍ ମ୍ୟାନେଜମେଣ୍ଟ ଚକଲେଟ୍ ଦେଇଛନ୍ତି । ଫଳରେ ସେ ସ୍ୱାଧିନତାର ସହ ଓପନିଂରେ ବ୍ୟାଟିଂ କରିଥିଲେ । ଆଗକୁ ଦୁଇ ଦିନ ଖେଳ ନାହିଁ । ଏହା ଜାଣି ସେ ଫ୍ରି ହୋଇ ବ୍ୟାଟିଂ କରିଥିଲେ । ସଟ୍ ଖେଳିଥିଲେ ।

ଅଭିଷେକଙ୍କୁ ନେଇ ରମେଶ କହିଛନ୍ତି ଯେ, ତାଙ୍କ ନାଁ ଶୁଣିଲେ ବୋଲରମାନେ ଭୟ କରୁଛନ୍ତି । ମଙ୍ଗଳବାର ସେ ଭୟଙ୍କର ବ୍ୟାଟିଂ କରିଥିଲେ । ଅନେକ ରେକର୍ଡ ସେ ଭାଙ୍ଗିଛନ୍ତି । ୭ ଓଭରରେ ଭାରତ ୧୩୩ ରନ୍ ସ୍କୋର କରିଥିଲେ । ରନରେଟ୍ ୧୯ ଉପରେ ଥିଲା । ଆଗକୁ ଦୀପାବଳୀ ଥିବା ବେଳେ ଅଭିଷେକ ତାଙ୍କ ବ୍ୟାଟରେ ବାଣ ଫୁଟାଉଥିଲେ ।

ସୂଚନାଯୋଗ୍ୟ,ଭାରତୀୟ ଟିମ୍ ଆଜିର ମ୍ୟାଚ୍ରେ ୧୯୯ର ବିଜୟ ଲକ୍ଷ୍ୟ ପିଛା କରିବା ପାଇଁ ଓହ୍ଲାଇଥିଲା । ପ୍ରଥମ ବଲରୁ ଅଭିଷେକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦ୍ୱିତୀୟ ଇନିଂସର ପ୍ରଥମ ବଲରେ ଛକା ମାରି ସେ ତାଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହାପରେ ଚୌକା ଏବଂ ଛକାର ଝଡ଼ ଲଗାଇଥିଲେ । ଅଭିଷେକ ଏବଂ ବୈଭବ ମିଶି ପ୍ରଥମ ଓଭରରେ ହିଁ ୨୬ ରନ୍ ମାରିଥିଲେ । ଏହାପରେ ଏହି ଯୋଡ଼ି ପାଞ୍ଚ ଓଭରରେ ହିଁ ଟିମ୍ ଇଣ୍ଡିଆ ସ୍କୋର ୧୦୦ରେ ପହଞ୍ଚାଇଥିଲେ । ଭାରତ ବିଜୟର ଦ୍ଵାର ଦେଶରେ ପହଞ୍ଚିବା ପରେ ଅଭିଷେକ ଆଉଟ୍ ହୋଇଥିଲେ। ସେ ମାତ୍ର ୩୮ ବଲରୁ ୯ ଚୌକା ଏବଂ ୧୧ ଛକା ସହ ୧୧୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହା ପରେ ମଧ୍ୟକ୍ରମରେ ସଞ୍ଜୁ ସାମସନ(୧୮ ରନ) ଓ ଅଧିନାୟକ ଶ୍ରେୟସ ଆୟର(୫ ରନ) ଶସ୍ତାରେ ଆଉଟ୍ ହୋଇଥିଲେ। ଭାରତ ୧୩.୨ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜ ବିଜୟ ହାସଲ କରିଥିଲା।