ନୂଆଦିଲ୍ଲୀ, ୨୮/୧୦ : ଭୟଙ୍କର ଆକ୍ରମଣ । ସୁଦାନରେ ଗୃହଯୁଦ୍ଧ ମଧ୍ୟରେ ଡ୍ରୋନ୍ ଆକ୍ରମଣ ହୋଇଛି । ଏଥିରେ ୧୦୦ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୧୧୩ ଜଣ ଗୁରୁତର ହୋଇଛନ୍ତି । ଏହି ଆକ୍ରମଣ ଦକ୍ଷିଣ-ପଶ୍ଚିମ ସୁଦାନର ଦାରଫୁର ପ୍ରାନ୍ତର ରାଜଧାନୀ ନ୍ୟାଲାର ଏକ ବଜାରରେ ହୋଇଛି ।

ଦେଶରେ ଦୀର୍ଘଦିନ ହେବ ହିଂସା ଏବଂ ଗୃହଯୁଦ୍ଧ ଜାରି ରହିଛି । ଏହାକୁ ରୋକିବା ପାଇଁ ସେନା ବଳପ୍ରୟୋଗ କରୁଛି । ଆକ୍ରମଣ ପଛରେ ସେନାର ହାତ ଥିବା ସେଠାକତାର କିଛି ମନବାଧିକାର ସଙ୍ଗଠନ ଦାବି କରିଛନ୍ତି ।

Also Read :- ବାତ୍ୟା ଅର୍ଣ୍ଣବ ପାଇଁ କୋରାପୁଟରେ ପ୍ରବଳ ବର୍ଷା : ୧୪ ବ୍ଲକରେ ଛେଚିଲା ୭୫୨ ମିମି

ମାନବାଧିକାର ସଙ୍ଗଠନ ଅନୁସାରେ, ସୋମବାର ସନ୍ଧ୍ୟାରେ ଡ୍ରୋନ୍ ଆକ୍ରମଣ ହୋଇଛି । ମୃତାହତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଏବଂ ଶିଶୁ । ସେମାନେ ସମସ୍ତେ ବଜାରରେ ବୁଲୁଥିବା ବେଳେ ଡ୍ରୋନ୍ ଆକ୍ରମଣ କରାଯାଇଥିଲା । ଏହାକୁ ସଙ୍ଗଠନ ପକ୍ଷରୁ ନିନ୍ଦା କରାଯାଇଛି । ଏହାସହ ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି ।

ସଙ୍ଗଠନ ଆହୁରି କହିଛନ୍ତି ଯେ, ବଜାରଟି ସାଧାରଣ ଲୋକଙ୍କ ପାଇଁ ଥିଲା । ଏଠାରେ ମୃତ୍ୟୁର ଧ୍ୱଂସଲୀଳା ପାଇଁ ବଜାରର ମାହୋଲ ବଦଳି ଯାଇଛି । ଏହାସହ ଅନ୍ୟ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ପୂର୍ବରୁ ଏଠାରେ ଅନେକ ସମୟରେ ଆକ୍ରମଣ ହୋଇଛି । ଗୋଟିଏ ଦୁଃଖ ସରିନଥିବା ବେଳେ ଏତେବଡ ଆକ୍ରମଣ ପାଇଁ ଲୋକେ ଭୟରେ ରହିଛନ୍ତି ।