କଟକ ୧୮।୯: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ମାମଲା । ୨୯ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଆସନ୍ତା ୨୮ ତାରିଖ ସୁଦ୍ଧା ପ୍ରତିପକ୍ଷ ତଥା ବାଚସ୍ପତି ନିଜର ଜବାବ ଦାଖଲ କରିବେ । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

Also Read:- କଟକରେ ପୂଜା କମିଟିଙ୍କ ପାଇଁ ଖୋଲିଲା ସିଙ୍ଗଲ ଓ୍ବିଣ୍ଡୋ, ୪ ଦିନରେ NOC ଆବେଦନ

ରାଜ୍ୟସଭା କ୍ରସ୍ ଭୋଟିଂ ସମେତ ଆହୁରି ଏକାଧିକ ପ୍ରସଙ୍ଗକୁ ନେଇ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପ୍ରଥମେ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯାହାକୁ ଖାରଜ କରିଥିଲେ ବାଚସ୍ପତି । ଉକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏବେ ବିଜେଡି ହାଇକୋର୍ଟରେ ପୃଥକ ପୃଥକ ଭାବେ ୮ଟି ମାମଲା ଦାୟର କରିଛି । ସେଥି ମଧ୍ୟରୁ ଶୁକ୍ରବାର ୨ଟି ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ ।

Watch Video: