ବମ୍ବେ ୧୪ / ୧୧ -; ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେଶୀ ଏବଂ ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନାଙ୍କ ମଧ୍ୟରେ ମଜାଦାର କଥା କଟାକଟି ଏବେ ଚର୍ଚ୍ଚାରେ। ସମୟ ରୈନାଙ୍କ ଲୋକପ୍ରିୟ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ-୨’ରେ ଅତିଥି ଭାବେ ଯୋଗ ଦେଇଥିଲେ ହୁମା। ଏହି ସମୟରେ ଅଭିନେତ୍ରୀଙ୍କ ଅଭିନୀତ ଅଭିନେତା ୟଶଙ୍କ ଫିଲ୍ମ ‘ଟକ୍ସିକ୍’କୁ ନେଇ ସମୟ ଏଭଳି ମଜା କରିଥିଲେ, ଯାହାର ଜବାବ ମଧ୍ୟ ସେହି ଢଙ୍ଗରେ ଦେଇଥିଲେ ହୁମା।

ଶୋ’ରେ ସମୟ ରୈନା ହୁମାଙ୍କୁ ଟାର୍ଗେଟ୍ କରି କହିଥିଲେ, ସାଧାରଣତଃ ଲୋକେ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’କୁ ଆସିବା ପରେ ସେମାନଙ୍କ ଫିଲ୍ମ ଫ୍ଲପ୍ ହୋଇଥାଏ। କିନ୍ତୁ ତୁମେ ପ୍ରଥମ ବ୍ୟକ୍ତି, ଯାହାଙ୍କ ଫିଲ୍ମ ଫ୍ଲପ୍ ହେବା ପରେ ଶୋ’କୁ ଆସିଛନ୍ତି।

ସମୟଙ୍କ ଏହି କଟାକ୍ଷର ଜବାବ ଦେବାକୁ ଯାଇ ହୁମା କହିଥିଲେ, ସେ କେବଳ ‘ଟକ୍ସିକ୍’ ନାମକ ଏକ ଫିଲ୍ମରେ ଅଭିନୟ କରିଛନ୍ତି, କିନ୍ତୁ ସମୟ ବାସ୍ତବ ଜୀବନରେ ହିଁ ଟକ୍ସିକ୍। ଏହା ଶୁଣି ସମୟ ହସିବା ସହ କହିଥିଲେ, ଅତି କମ୍ରେ ଲୋକେ ତାଙ୍କୁ ଦେଖୁଛନ୍ତି।

also read- Sharad Kapoor : ଅଭିନେତାଙ୍କ ଏ କି ଅବସ୍ଥା ! ଖରାପ ସ୍ଥିତି ଯୋଗୁଁ ଏବେ କାମ ପାଇଁ କରୁଛନ୍ତି ନିବେଦନ

ଏହାପରେ ହୁମା କହିଥିଲେ, ଆଜିକାଲି ଲୋକେ ଅନେକ ସମୟରେ କୌଣସି ଶୋ’କୁ ପସନ୍ଦ କରି ନୁହେଁ, ବରଂ ତାହାକୁ ସମାଲୋଚନା କରିବା ପାଇଁ ମଧ୍ୟ ଦେଖୁଛନ୍ତି। ତେଣୁ ଶୋ’ର ଅଧିକ ଭ୍ୟୁଜ୍ ଆସିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହାର ଉତ୍ତରରେ ସମୟ କହିଥିଲେ, ସମାନ କଥା ‘ଟକ୍ସିକ୍’ ଫିଲ୍ମ ପାଇଁ ମଧ୍ୟ କୁହାଯାଇପାରେ।

କେବଳ ସେତିକି ନୁହେଁ, ଫିଲ୍ମର ଟ୍ରେଲରରେ ଥିବା ଅନ୍ତରଙ୍ଗ ଦୃଶ୍ୟକୁ ନେଇ ମଧ୍ୟ ସମୟ ମନ୍ତବ୍ୟ ଦେଇଥିଲେ। ଅନ୍ୟପଟେ ହୁମା କହିଥିଲେ, ସମୟ ଅତିଥିମାନଙ୍କୁ ଶୋ’କୁ ଡାକିବା ବେଳେ ଖୁବ୍ ଭଦ୍ର ଭାବେ କଥା ହୁଅନ୍ତି, କିନ୍ତୁ ଶୋ’ ଆରମ୍ଭ ହେବା ପରେ ତାଙ୍କ କଥାରେ ବିଷ ଭରିଯାଏ।