ପୁରୀ: ପୁର୍ନବାର ହେବ ମହାପ୍ରଭୁଙ୍କ ରତ୍ନ ଗଣତିମଣତି । ଆସନ୍ତା ନଭେମ୍ୱର ୨୬ ଏବଂ ୨୭ ତାରିଖରେ ପୁଣି ଗଣତିମଣତି କାର୍ଯ୍ୟ ଆରମ୍ଭ ହେବ । କାର୍ତ୍ତିକ ମାସ ପାଇଁ ଭିତର ରତ୍ନଭଣ୍ଡାର ଗଣତିମଣତି ବନ୍ଦ ରହିଛି । ଗଣତିମଣତି ସମୟରେ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ୱ ଦିଆଯାଇଛି । ଗଣତିମଣତି ହେବାକୁ ଥିବା ଦୁଇଦିନରେ ବାହାରକାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ଜାରି ରହିବ । ନେଇ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ସେପଟେ ଶ୍ରୀମନ୍ଦିର ବାହାରେ ନକଲି ଗୁମାସ୍ତାଙ୍କ ପ୍ରାଦୁର୍ଭାବ ଉପରେ ମଧ୍ୟ ମୁଖ୍ୟ ପ୍ରଶାସକ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ସେ କହିଛନ୍ତି, ସମ୍ପୃକ୍ତ ନକଲି ଗୁମାସ୍ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭିନ୍ନ ସମୟରେ ଭକ୍ତଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଜେଟିପି ଓ ପାଳିଆ ସେବାୟତ ନକଲି ଗୁମାସ୍ତାଙ୍କୁ ଚିହ୍ନଟ କରୁଛନ୍ତି ।

Also read: ୧୦୦ କି ୫୦୦ ନୁହେଁ, ୧୩ ହଜାର ନେଇ ନକଲି ଗୁମାସ୍ତା ଗାଏବ

ଉଲ୍ଲେଖଯୋଗ୍ୟ ଯେ ଶ୍ରୀମନ୍ଦିର ଉତ୍ତରଦୁଆର ନିକଟରେ ଜଣେ ଗୁମାସ୍ତା ଭକ୍ତଙ୍କ ମୁଣ୍ଡପିଛା ୧୦୦୦ ଟଙ୍କା ହିସାବରେ ୧୩ ଜଣଙ୍କ ଠାରୁ ୧୩୦୦୦ ଟଙ୍କା ନେଇ କୁଆଡେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବରୁ ସିଂହଦ୍ଵାର ଥାନା ପୋଲିସ ୯ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ନକଲି ଗୁମାସ୍ତା ଭକ୍ତଙ୍କ ଠାରୁ ୧୩,୦୦୦ ଟଙ୍କା ହଡପ କରିବା ଘଟଣା ସବୁ ସୀମା ପାର୍ କରିଛି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ନକଲି ଗୁମାସ୍ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ସେପଟେ ପଞ୍ଚୁକ ସମୟରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମୁଥିବା ବେଳେ ସହଜରେ ଦର୍ଶନ କରାଇବା କହି ନକଲି ଗୁମାସ୍ତା ମାନେ ଭକ୍ତଙ୍କୁ ଶୋଷଣ କରୁଛନ୍ତି ।