ନୂଆଦିଲ୍ଲୀ,୩୦ /୦୩: ସୁନା ଏବଂ ରୁପାର ଦାମ୍ କୁ ନେଇ ଅନିଶ୍ଚିତତା । ଯୁଦ୍ଧପାଇଁରେଟ୍ ଉପର ତଳ । କେତେବେଳେ ଖସୁଛି । ଆଉ କେତେବେଳେ ବଡୁଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏବେ ଭାରତ ସମେତ ସାରା ବିଶ୍ୱରେ ସୁନା ଏବଂ ରୁପାର ଦାମ୍ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଦେଶରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍ ପିଛା ଲକ୍ଷେ ୪୯ ହଜାର ୮୪୧ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ଗ୍ରାମ୍ ପିଛା ଲକ୍ଷେ ୩୭ ହଜାର ୩୪୯ଟଙ୍କା ରହିଛି । ଅନ୍ୟ ଦିଗରେ ୧୮ କ୍ୟାରେଟ୍ ସୁନାର ଦାମ୍ ଲକ୍ଷେ ୧୨ ହଜାର ୩୯୦ ଟଙ୍କା ରହିଛି । ଅନ୍ୟ ଦିଗରେ ରୁପାର ଦାମ୍ କେଜି ପିଛା ୨ ଲକ୍ଷ ୩୨ ହଜାର ୭୦୩ଟଙ୍କା ରହିଛି । ଆମେରିକା ଏବଂ ଇରାନର ଯୁଦ୍ଧ ପଇଁ ଦାମ୍ ବାରମ୍ବାର ପରିବର୍ତ୍ତନ ହେଉଛି ।

ଶୁକ୍ରବାର ଏମସିଏକ୍ସରେ ସୁନା ଲକ୍ଷେ ୪୭ ହଜାର ୨୭୦ ଟଙ୍କାରେ ବନ୍ଦ ହୋଇଥିଲା । ପୂର୍ବଦିନ ଅପେକ୍ଷା ଦାମ୍ ୧୭୫୦୦ଟଙ୍କା ବୃଦ୍ଧି ପାଇଥିଲା । ସେହିପରି ରୁପା ୨୦୪ ଟଙ୍କା ହ୍ରାସ ପାଇ ଲକ୍ଷ ୨୭ ହଜାର ୭୫୦ଟଙ୍କା ଛୁଇଁଥିଲା ।

ବିଭିନ୍ନ ସହରରେ ଦାମ୍

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ୍ ଲକ୍ଷେ ୪୮ ହଜାର ୨୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟର୍ ଦାମ୍ ୧୩୫୯୦୦ ଟଙ୍କା ରହିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନାର ଦାମ୍ ଯଥାକ୍ରମେ ୧୪୮୦୦୦୧୩୫୭୫୦ ରହିଛି । କୋଲକାତାରେ ମଧ୍ୟ ଦାମ୍ ସମାନ ରହିଛି । ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୪୯୦୨୦ ଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୩୬୬୦୦ ରହିଛି । ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୪୮୧୨୦ ଥିବା ବେଳେ ୨୨ କ୍ୟାରେଟ୍ ସୁନାର ରେଟ୍ ୧୩୫୮୦୦ ଟଙ୍କା ଅଛି । ଭୁବନେଶ୍ୱର ଏବଂ କଟକରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୪୮୦୯୦ ଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୩୫୭୫୦ ରହିଛି ।