ଆଠମଲ୍ଲିକ, ୬/୧୧ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ବୋଲେରୋରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ। ୬ଟି ବସ୍ତାରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସ ଧଳପୁର ସେତୁ ନିକଟରେ ଚଢ଼ାଉ କରି ଏହାକୁ ଜବତ କରିଛି।

Also Read :- ଭାରତରେ ବୁଲୁଛି 'ସାଇଲେଣ୍ଟ୍ କିଲର : ପ୍ରତି ମିନିଟରେ ନେଉଛି ୪ ମୁଣ୍ଡ, ବର୍ଷକରେ ଗଲାଣି ୨୦ ଲକ୍ଷ ଜୀବନ

ଗଞ୍ଜେଇ ଚୋରା ଚାଳାଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ବୀରନରସିଂହପୁର ଗ୍ରାମର ଜଗନ ପ୍ରଧାନ। ଏହି ଗଞ୍ଜେଇ ବୌଦ୍ଧରୁ ରେଢ଼ାଖୋଲ ଅଭିମୁଖେ ଚାଲାଣ କରାଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲା। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।