ବାଲିପାଟଣା ୧୪।୦୯ : ଧଉଳିରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା। ୬ଟି ଗାଡ଼ିରେ ଆସିଲେ ୨୦ରୁ ଅଧିକ ଯୁବକ। ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ମାଡ଼ ମାରିବା ସହ ବିୟର ବୋତଲରେ ମୁଣ୍ଡକୁ ବାରମ୍ବାର ଆଘାତ କଲେ। ସାମ୍ନାକୁ ଆସିଛି ଆକ୍ରମଣ ବେଳର ଏକ୍ସକ୍ଲୁସିଭ୍ ସିସିଟିଭି ଦୃଶ୍ୟ।

ଖବର ଅନୁଯାୟୀ, ଧଉଳି ଥାନା ନଖାଉର ଗାଁର ରଜନୀକାନ୍ତ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାର ଏହି ଦୃଶ୍ୟ ସାମ୍ନାକୁ ଆସିଛି। ୬ଟି ଗାଡ଼ିରେ ୨୦ରୁ ଅଧିକ ଯୁବକ ଆସି ରଜନୀକାନ୍ତଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଧଉଳି ଥାନାରେ ପହଞ୍ଚିଥିଲେ ରଜନୀକାନ୍ତ। ତୁରନ୍ତ ତାଙ୍କୁ ମେଡିକାଲ ପଠାଇଥିଲେ ଧଉଳି ଥାନା ଅଧିକାରୀ। ମୁଣ୍ଡରେ ଏକାଧିକ ଷ୍ଟିଚ୍ ପଡ଼ିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜକୁ ଆଧାର କରି ଧଉଳି ପୋଲିସ ତନାଘନା ଜାରି ରଖିଛି।

Also Read:-ବିରୂପା ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ...ଜଣେ ଉଦ୍ଧାର, ଆଉ ଜଣେ ଭାସିଗଲେ