ଭଞ୍ଜନଗର ୨୪।୧୧ : ଘର ଲୋକଙ୍କୁ ରୁମ୍ ରେ ବନ୍ଦ କରି ଚା’ କରି ପିଇଲେ। ଆରାମ କଲେ, ପରେ କଳାକନା ବୁଲାଇଲେ ଚୋର । ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା କୁଲାଡ଼ ଗାଁରୁ ଆସିଛି ଏପରି ଲୁଟ୍ର ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଗାଁର ଶିବପ୍ରସାଦ ସାହୁଙ୍କ ଘରୁ ପ୍ରାୟ ୧୫ ଭରି ସୁନା ଓ ରୁପା ଅଳଙ୍କାର ଚୋରି ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ । ବିଲମ୍ବିତ ରାତିରେ ଘର ପଛପଟ କବାଟ ଖୋଲି ଚୋର ଆସିବା ପରେ ଘର ଲୋକ ଶୋଇଥିବା ରୁମରେ ବାହାରୁ ତାଲା ପକାଇ ଦେଲେ । ପରେ ଫ୍ରିଜ ରୁ କ୍ଷୀର ବାହାର କରି ଚା' ତିଆରି କରି ପିଇବା ସହ କିଛି ସମୟ ବିତାଇବା ପରେ ଘରେ କଳାକନା ବୁଲାଇଥିଲେ । ପଡ଼ୋଶୀଙ୍କୁ ଫୋନ୍ କରି ଡାକିବା ପରେ ରୁମରୁ ବାହାରି ଘଟଣା ବିଷୟରେ କହିଥିଲେ । ଏନେଇ ତୁରନ୍ତ ଭଞ୍ଜନଗର ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛନ୍ତି।

Also Read:-ସିଗାରେଟ୍ ଧୂଆଁରେ ଉଡ଼ିଲା ୨୧୦୦ କୋଟି, ରାଜକୋଷକୁ ମିଳିଲା ୩୧୯ କୋଟି