ନୂଆଦିଲ୍ଲୀ, ୬/୧୧ : ବିବାଦରେ କ୍ରିକେଟର । ଅଷ୍ଟ୍ରେଲିଆ ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଖେଳାଳି କ୍ରିସ୍ ଲିନଙ୍କ ଉପରେ ଏକ ମାସର ବ୍ୟାନ୍ ଲାଗିଛି । ତାଙ୍କୁ ଖେଳରୁ ସସପେଣ୍ଡ୍ କରାଯାଇଛି । ଡୋପ୍ ଟେଷ୍ଟରେ ସେ କୋକେନ୍ ସେବନ କରୁଥିବା ଜଣା ପଡିବା ପରେ ଆକ୍ସନ୍ ନିଆଯାଇଛି । ଏହାକୁ ନେଇ ଇଂଲଣ୍ଡ ଏବଂ ଓ୍ୱେଲସ୍ କ୍ରିକେଟ୍ ବୋର୍ଡ ତାଙ୍କ ଉପରେ ମାସକ ପାଇଁ ପ୍ରତିବନ୍ଧକ ଲଗାଇଛି ।

Also Read :- ଜେଲ୍ ଯିବେ କି ବାଗେଶ୍ୱର ବାବା ? ରୁଜୁ ହେଲା ମାମଲା, ଶ୍ରୀକୃଷ୍ଣଙ୍କ ଉପରେ କହିଥିଲେ ଆପତ୍ତିଜନକ କଥା

ରିପୋର୍ଟ ଅନୁସାରେ, ଜୁଲାଇ ୧୮ ତାରିଖରେ ଟି୨୦ ବ୍ଲାଷ୍ଟ୍ ଟୁର୍ଣ୍ଣାମେଣ୍ଟ ବେଳେ ତାଙ୍କର ଡୋପ୍ ଟେଷ୍ଟ୍ ହୋଇଥିଲା । ନିଶା ସେବନ ନେଇ ବିଭିନ୍ନ ପରୀକ୍ଷା କରାଯାଇଥିଲା । ତେବେ ଶୁକ୍ରବାର ସେ ନିଜର ଏକ ମାସର ବ୍ୟାନ୍ ପୂରା କରିଛନ୍ତି । ଅର୍ଥାତ ଅକ୍ଟୋବରରୁ ତାଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ପ୍ରତିବନ୍ଧକ ଲାଗିଥିଲା । ଯାହା ଶେଷ ହୋଇଛି ।

ଅଧିକାରୀଙ୍କ କହିବାନୁସାରେ, କ୍ରିକେଟ ରେଗୁଲେଟର ନର୍ଥମ୍ପଟନସାୟରର ପୂର୍ବତନ ଖେଳାଳି କ୍ରିସ୍ ଲେନଙ୍କ ଉପରେ ଏକ ମାସର ପ୍ରତିବନ୍ଧକ ଲଗାଇଥିଲା । ଏହି ଅବଦ୍ଧି ପୂରଣ ହୋଇ ସାରିଛି । ସେ ନିଜେ ମଧ୍ୟ କୋକେନ୍ ସେବନ କରିଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ।

ପୂର୍ବରୁ କ୍ରିସଙ୍କ ଉପରେ ତିନି ମାସର ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ସେ ନିଜକୁ ସୁଧାରିବାକୁ ଚେଷ୍ଟା କରିଥିଲେ । ସବୁଠାରୁ ବଡ଼ କଥା ହେଲା ଯେ ସେ ଏହି ନିଶାକୁ ଖେଳରେ ଭଲ ପ୍ରଦର୍ଶନ ପାଇଁ ବ୍ୟବହାର କରିନଥିଲେ । ବ୍ୟକ୍ତିଗତ ସ୍ତରରେ ସେବନ କରିଥିଲେ । ତେଣୁ ୩ ମାସର କଟକଣାକୁ ଏକ ମାସ କରାଯାଇଥିଲା ।

ସୂଚନାଯୋଗ୍ୟ, ସେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ, ଡେକାନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି । ୨୦୧୮ ପରେ ସେ ଅଷ୍ଟ୍ରେଲିଆ ପାଇଁ କୌଣସି ଅନ୍ତର୍ଜାତୀୟ ମୁକାବିଲା ଖେଳି ନାହାଁନ୍ତି । ଏବେ ସେ କେବଳ ଟି୨୦ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳୁଛନ୍ତି । ବିଗ୍ ବାସ୍ ଲିଗରେ ସେ ୧୩୭ଟି ମୁକାବିଲା ଖେଳି ୪୧୩୩ ରନ୍ କରିଛନ୍ତି ।