ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟିର ନେତାମାନଙ୍କୁ ବିଦେଶୀ ଫଣ୍ଡିଂ ମିଳୁଛି। ଏହି ଅର୍ଥ ବଳରେ ସେମାନେ ଆନ୍ଦୋଳନ ନାମରେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି। ସିଜେପି ନେତାଙ୍କ ବିରୋଧରେ ଏମିତି ସଙ୍ଗୀନ ଅଭିଯୋଗ ଲଗାଇ ଆସିଛନ୍ତି କେନ୍ଦ୍ର ସରକାର ଏବଂ ଶାସକ ଦଳ ଭାରତୀୟ ଜନତା ପାର୍ଟିର ନେତା-କର୍ମୀ। ବିଶେଷ କରି ଏହି ଅଭିଯୋଗ ସିଜେପିର ସଂସ୍ଥାପକ ଅଭିଜିତ ଦୀପକେ ଏବଂ ସହ ସଂଯୋଜକ ଆଶୁତୋଷ ରାଙ୍କା ଉପରେ ଲଗାଯାଇଛି। ଏବେ ଏହି ଅଭିଯୋଗ ଉପରେ ଦୀପକେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସୌରଭ ଦାସଙ୍କୁ କେଉଁଠୁ ଫଣ୍ଡିଂ ମିଳୁଛି। ସଂପ୍ରତି ଏହା ଉପରେ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନି।

ଅଭିଜିତ ଦୀପକେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସହ ଜଡ଼ିତ ପୋଷ୍ଟ ସେୟାର କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯଦି ମୋତେ ଏବଂ ଆଶୁତୋଷଙ୍କୁ ବିଦେଶୀ ଫଣ୍ଡିଂ ମିଳୁଛି ତେବେ ସୌରଭଙ୍କୁ କେଉଁଠୁ ଅର୍ଥ ମିଳୁଛି। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ସିଂ ଅଭିଯୋଗ କରିଛନ୍ତି ଯେ, ପ୍ରମାଣ ମିଳିଛି ଦୀପକେଙ୍କୁ ଆମେରିକାରୁ ଏବଂ ରାଙ୍କାଙ୍କୁ ପାକିସ୍ତାନରୁ ଅର୍ଥ ମିଳୁଛି। ତେଣୁ ଦୀପକେ କହିଛନ୍ତି, ତେବେ ସୌରଭଙ୍କୁ କେଉଁଠୁ ମିଳୁଛି କହି ଦିଅନ୍ତୁ।

Also Read: କଷ୍ଟଡି ସମୟକୁ ନେଇ SCଙ୍କ ବଡ଼ ନିଷ୍ପତ୍ତି, ଧରିବା ମାତ୍ରେ ୨୪ ଘଣ୍ଟାର ସମୟ ସୀମା ଆରମ୍ଭ, ପାଳନ ନ କଲେ...

ସରକାରଙ୍କ ଆରୋପ କଣ ?

ସିଂ ବେଙ୍ଗାଲୁରୁରେ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ସିଜେପି ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି, ସିଜେପିକୁ ଭାରତ ବିରୋଧୀ ଏନଜିଓ ଓ ଭାରତ ବିରୋଧୀ ସଂଗଠନଠୁ ଫଣ୍ଡିଂ ମିଳୁଥିବା ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି। ଏହି ସଂଗଠନ ଦେଶ ଭିତରେ ଏବଂ ବାହାରେ ରହିଛି। ବିଦେଶୀ ଫଣ୍ଡିଂ ପାଉଥିବା ଏନଜିଓ, ଡିପ ଷ୍ଟେଟ ଅପରେଟିଭ୍ସ ଓ ଭାରତ ବିରୋଧୀ ଶକ୍ତି ଜରିଆରେ ଦେଶରେ ନକରାତ୍ମକ ମାହୋଲ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଅଭିଜିତ ଦୀପକେଙ୍କୁ ଆମେରିକାରେ ଥିବା ଦାତାଙ୍କଠୁ ଫଣ୍ଡିଂ ମିଳୁଛି। ଆଉ ଆଶୁତୋଷ ରାଙ୍କାଙ୍କୁ ପାକିସ୍ତାନୀ ନେତାଙ୍କଠୁ ଆର୍ଥିକ ସହାୟତା ମିଳୁଛି।

ପୂର୍ବରୁ ଲାଗି ସାରିଛି ଅଭିଯୋଗ

ନିକଟରେ ଆମେରିକାର ସିଙ୍ଗର ମ୍ୟାରୀ ଲିମବେନ ଅଭିଯୋଗ ଲରାଇଥିଲେ ଯେ, ଦୀପକେଙ୍କୁ ଅମେରିକାରୁ ଫଣ୍ଡିଂ ମିଳୁଛି। ଭାରତର ସମସ୍ତ ଯୁବ ପିଢି ଦେଶଭକ୍ତ। ବର୍ତ୍ତମାନ ସମୟ ନିରବ ରହିବାର ନୁହେଁ। ଅଭିଜିତ ଓ ସିଜେପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅସ୍ଥିର କରିବା ପାଇଁ ଆମେରିକା ଡୋନର୍ସ ଅର୍ଥ ଦେଉଛନ୍ତି। ଏମିତି ଅନେକ ଅଭିଯୋଗ ସିଜେପି ନେତାଙ୍କ ଉପରେ ଲାଗି ସାରିଛି। ଯଦି ଏହା ସତ୍ୟ ତେବେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Also Reada: ଆତ୍ମଘୋଷିତ ଚାଣକ୍ୟଙ୍କ ଚାଲ୍... ‘ଅରୁଣାଚଳ ଜନତା ପାର୍ଟି’ ଗଠନକୁ ନେଇ ଶାହଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ