ନୂଆଦିଲ୍ଲୀ, ୧୯/୧୦:ଅଭିନେତା ଟାଇଗର୍ ଶ୍ରଫଙ୍କ କାର୍ ଉପରେ ଗୁଳିମାଡ଼ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କକରୋଚ୍ ଜନତା ପାର୍ଟି ନେତା ଅଭିଜିତ ଦୀପକେ । ଘଟଣାକୁ ନେଇ ସେ ପୋଲିସକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ଦେଶରେ ବଡ ବଡ ଅପରାଧ ଘଟୁଛି । କିନ୍ତୁ ପୋଲିସ ନୀରିହ ଛାତ୍ରଙ୍କ ପଛରେ ପଡିଛି । ଛାତ୍ରଙ୍କୁ ଅଟକ ରଖାଯାଉଛି । ଏହା ବଦଳରେ ଅପରାଧୀଙ୍କୁ ଧରିବା କଥା । ସରକାର ଏବଂ ପୋଲିସର ଭୂମିକା କଣ ରହିବା କଥା ସେମାନେ ଜାଣିପାରୁ ନାହାଁନ୍ତି । ନିଜ ଦାୟିତ୍ୱ ସରକାର ଏବଂ ପୋଲିସ ଭୁଲିଗଲେ ଏପରି ଅପରାଧ ଘଟିଥାଏ ।

Also Read :- ଟାଇଗରଙ୍କୁ ଗୁଳିମାଡ଼ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ! ସୋସିଆଲ ମିଡିଆରେ ଧମକ ଦେଲା ଗ୍ୟାଙ୍ଗଷ୍ଟର୍ ଅନିଲ ପଣ୍ଡିତ

ପୂର୍ବରୁ ଡରିବେନି ବୋଲି କହିଥିଲେ ଦୀପକେ

ପୋଲିସ ଆମକୁ ଗିରଫ କଲେ ମଧ୍ୟ ଆମେ ଡରିବୁ ନାହିଁ କିମ୍ବା ପଛକୁ ହଟିବୁ ନାହିଁ। ଏହା ଏକ ଲମ୍ବା ଲଢ଼େଇ। ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଆମକୁ ଡରାଇବା ପାଇଁ ସବୁ ପ୍ରକାର ଚେଷ୍ଟା ଚାଲିଛି। କିନ୍ତୁ ଆମେ ହାର୍ ମାନିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ କକ୍ରୋଚ ଜନତା ପାର୍ଟି (ସିଜେପି)ର ଅଭିଜିତ ଦୀପ୍କେ ।

ସେ କହିଥିଲେ ଯେ, ଆଶୁତୋଷ ରାଙ୍କା ଓ ସୌରଭ ଦାସ ଜେଲରୁ ମୁକୁଳିବା ପରେ ଆଗାମୀ ରଣନୀତି ପ୍ରସ୍ତୁତ ହେବ। କିଛି ଆଇନଗତ ପରାମର୍ଶ ଲାଗି ସେ ବ୍ରିନ୍ଦା କରାତଙ୍କୁ ଭେଟିବେ

ସିଜେପିର ଟପ୍ ନେତା ଗିରଫ

ଉଲ୍ଲେଖଯୋଗ୍ୟ,ଏସଆଇଆରକୁ ବିରୋଧ ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଆନ୍ଦୋଳନ କରା ଯାଇଥିଲା। ଗତ ଶୁକ୍ରବାର ଅପରାହ୍ନ ୫ଟାରେ ସିଜେପିର ତ୍ରିରଙ୍ଗା ପଦଯାତ୍ରା ପୂର୍ବରୁ ଦୀପକେ ଏବଂ ଏଆଇଏସଏ ରାଷ୍ଟ୍ରୀୟ ସଭାପତି ନେହା ବୋରାଙ୍କ ସମେତ ୧୫୦ ଜଣଙ୍କୁ ଉଠାଇ ନିଆଯାଇଥିଲା । ଶନିବାର ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ହାଜତରୁ ମୁକ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ମୁଖପାତ୍ର ଆଶୁତୋଷ ଏବଂ ସୌରଭ ଜନ୍ତରମନ୍ତରରେ ପ୍ରବେଶ କରି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ଯେବେ କି ଜନ୍ତରମନ୍ତର ଧାରଣାସ୍ଥଳୀ ତାଲିକାରୁ ହଟିଯାଇଥିଲା। ଏହାପରେ ପୁଲିସ ସେମାନଙ୍କୁ ଶାନ୍ତି ଭଙ୍ଗ ଅଭିଯୋଗରେ ଗିରଫ କରିଥିଲା। ଏକ ସ୍ୱତନ୍ତ୍ର ଅଦାଲତରେ ହାଜର ପରେ ଉଭୟଙ୍କୁ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଦିଲ୍ଲୀ ପୁଲିସ ମୁତାବକ,ବାରମ୍ବାର ଆଇନ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା।