ଭୁବନେଶ୍ଵର: ଗୋଟିଏ ପଟେ ମା ଦୁର୍ଗାଙ୍କ ଆବାହନରେ ସହରଠୁ ପୂରପଲ୍ଲୀରେ ଉତ୍ସବର ମାହୋଲ। ସେପଟେ କୋଟିଆ ପ୍ରସଙ୍ଗକୁ ନେଇ ରାଜଧାନୀରେ ରାଜନୀତି ଜୋର ଧରିଛି। ଶାସକ ବିଜେପି ଏବଂ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇ ଯାଇଛି। ବିଜେପି ସରକାର କହୁଛି କୋଟିଆ ଆମର, ଏହା ପାଇଁ ସବୁ ପଦକ୍ଷେପ ନିଆଯିବ। ସେପଟେ ରାଜ୍ୟ ସରକାରକୁ କଟାକ୍ଷ କରିଛି ବିରୋଧୀ ବିଜେଡି।

ବିଜେଡି କହିଛି, ରାଜ୍ୟର ବିଜେପି ନେତାମାନେ ଅଧିକ କୁହାଳିଆ।ଅଢ଼େଇ ବର୍ଷ ହେଇଗଲା ତାଙ୍କ ସରକାରକୁ। ହେଲେ କେତେ ଦିନ ଆଉ ପୂର୍ବ ସରକାର ପୂର୍ବ ସରକାର କହିବେ। ଏବେ ଡବଲ୍ ଇଞ୍ଜିନ ନା ଟ୍ରିପିଲ୍ ଇଞ୍ଜିନ ସରକାର ଚାଲିଛି। ଦିଲ୍ଲୀରେ ତାଙ୍କର ଗୋଟେ ବଡ଼ ଇଞ୍ଜିନ ଅଛି, ଓଡ଼ିଶାରେ ଛୋଟ ଇଞ୍ଜିନ ଅଛି ଏବଂ ଆନ୍ଧ୍ରରେ ତାଙ୍କର ସହଯୋଗୀ ଇଞ୍ଜିନଟିଏ ଅଛି। ଟ୍ରିପିଲ୍ ଇଞ୍ଜିନର ସରକାର ଅଢ଼େଇ ବର୍ଷ ହେଲା କୋଟିଆ ସମସ୍ୟା ସମାଧାନ କରିପାରିଲେ ନାହିଁ। ଆଜି ୨୮ ତାରିଖରେ ଆନ୍ଧ୍ର ସରକାରଙ୍କ ତରଫରୁ କୋଟିଆରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Also Read: ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନଙ୍କ ଟାର୍ଗେଟ, କାଉଣ୍ଟର କଲେ ସୂର୍ଯ୍ୟଂବଶୀ କଲେ କାଉଣ୍ଟର

ବଡ଼ ଦୁଃଖର କଥା, ଛୋଟ ଇଞ୍ଜିନଟି ଦିଲ୍ଲୀ ପାଖରେ ଓଡ଼ିଶାର ସ୍ଵାର୍ଥକୁ ଜଳାଞ୍ଜଳି ଦେଇଦେଉଛନ୍ତି। ଏମାନେ ଓଡ଼ିଶାରେ ଜୋରଦାର ଭାଷଣ ଦେଉଛନ୍ତି। କିନ୍ତୁ ଦିଲ୍ଲୀ ଗଲେ ଆତ୍ମସମର୍ପଣ କରୁଛନ୍ତି। କୋଟିଆଠାରୁ ଆରମ୍ଭ କରି, ପୋଲାଭରମଠାରୁ ଆରମ୍ଭ କରି ମହାନଦୀ ସବୁଥିରେ ଓଡ଼ିଶା ଆଜି ଅବହେଳିତ। ପୂର୍ବ ସରକାର ପୂର୍ବ ସରକାର ଆଉ କେତେ ବର୍ଷ କହିବେ?

ଅଢ଼େଇ ବର୍ଷ ପଳେଇଲା, ପାଞ୍ଚ ବର୍ଷରୁ ଅଧା ସମୟ ପଳେଇଲା, ପୂର୍ବ ସରକାରଙ୍କୁ ସେ ଦୋଷ ଦେଇ ଚାଲିବେ? ଏବେ ତାଙ୍କର ଦିଲ୍ଲୀରେ ତାଙ୍କ ସରକାର, ଓଡ଼ିଶାରେ ତାଙ୍କ ସରକାର, ଆନ୍ଧ୍ରରେ ତାଙ୍କର ସହଯୋଗୀ ସରକାର, ସେମାନେ ଓଡ଼ିଶାର ସ୍ଵାର୍ଥକୁ ସୁରକ୍ଷିତ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି।