ଭୁବନେଶ୍ଵର: ପୂଜା ମଣ୍ଡପରେ ଜମିବ ରାଜନୀତିର ରଙ୍ଗ। ଗୋଟିଏ ପଟେ ଶାସକ ବିଜେପିର ନେତା, ଅନ୍ୟପଟେ ବିରୋଧୀ ବିଜେଡିର ନେତା। ଭୁବନେଶ୍ୱରର ପୂଜା ମଣ୍ଡପରେ ପାୱାର ଶୋ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେବେ କାହାର ରହିବ ପଲ୍ଲା ଭାରୀ ? କାହାକୁ ମିଳିବ ଅଧିକ ଜନସମର୍ଥନ? ଆଉ କାହାର ହେବ ଅଧିକ ଚର୍ଚ୍ଚା ?

ଦୁର୍ଗାପୂଜାରେ ଦେଖିବାକୁ ମିଳିବ ବଡ଼ ରାଜନୈତିକ ଲଢେଇ। ମଣ୍ଡପ ବୁଲିବେ ବଡ଼ ନେତା। ପାୱାର ଶୋ କରିବେ ମୋହନ- ନବୀନ। ଛାତ୍ର ସଂସଦ ଲଢେଇ ପରେ ପୂଜା ପେଣ୍ଡାଲରେ ବଡ଼ ପତିଆରା ଲଢେଇ ଦେଖିବାକୁ ମିଳିବ। ଦୁର୍ଗା ପୂଜା ଆରମ୍ଭ ହୋଇ ଯାଇଥିବା ବେଳେ ଏବେ ଗାଁରୁ ନେଇ ସହର ସବୁ ମଣ୍ଡପରେ ନେତାଙ୍କ ଲାଇନ ଦେଖିବାକୁ ମିଲିବ। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜଧାନୀର ଅନେକ ପୂଜା ପେଣ୍ଡାଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏ ପୂଜାର ମାହୋଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଶାସକ ଦଳ ନିଜର ଜନସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହିଁବ।

Also Read: ବିଜେପି ନେତାମାନେ ଅଧିକ କୁହାଳିଆ, କିନ୍ତୁ ଦିଲ୍ଲୀ ଗଲେ ଆତ୍ମସମର୍ପଣ କରୁଛନ୍ତି: ବିଜେଡି

ଅନ୍ୟପଟେ ଦୀର୍ଘ ୨୪ ବର୍ଷର ଶାସନ ପରେ କ୍ଷମତାରୁ ବାହାରିଥିବା ବିଜେଡି ପାଇଁ ଜନସମ୍ପର୍କ ଓ ନିଜର ରାଜନୈତିକ ପ୍ରଭାବ ଦେଖାଇବା ପାଇଁ ଏ ଅବସରକୁ ହାତଛଡା କରିବାକୁ ଚାହୁନାହିଁ। ତେଣୁ ପୂଜା ମଣ୍ଡପରେ ମୋହନ ମାଝୀଙ୍କ ଉପସ୍ଥିତି ହେଉ କି ନବୀନ ପଟ୍ଟନାୟକଙ୍କ ଗସ୍ତ, ରାଜନୈତିକ ପୂଜା ବଜାରକୁ ସରଗରମ କରିବ ଏଥିରେ ସନ୍ଦେହ ନାହିଁ। ଏହାରି ଭିତରେ ପିସିସି ସଭାପତି ମଧ୍ୟ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ବୁଲିବେ ବୋଲି କହିଛନ୍ତି।

ସେପଟେ ଲୋକଙ୍କ ସହ ଯୋଡି ହେବା ପାଇଁ ପୂଜା ବୁଲିବା ବଡ଼ ମାଧ୍ୟମ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ। ସେ କହିଛନ୍ତି, ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ରହିଛି। ତେଣୁ ଏ ସୁଯୋଗକୁ କୌଣସି ରାଜନୈତିକ ଦଳ ହାତ ଛଡା କରିବାକୁ ଚାହିଁବେ ନାହିଁ। ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ବିରୋଧୀ ଦଳ ନେତା ହୁଅନ୍ତୁ, ଅନ୍ୟାନ୍ୟ ପ୍ରମୁଖ ନେତାମାନେ ହୁଅନ୍ତୁ, ନିଜେ ନିଜର ଅନୁଗତଙ୍କୁ ନେଇ ପୂଜା ପେଣ୍ଡାଲ ବୁଲନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ।

Also Read: ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନଙ୍କ ଟାର୍ଗେଟ, କାଉଣ୍ଟର କଲେ ସୂର୍ଯ୍ୟଂବଶୀ କଲେ କାଉଣ୍ଟର

ମାଆଙ୍କ ମଣ୍ଡପରେ ଭକ୍ତିର ମାହୋଲ। ଯେଉଁଠାରେ ରାଜନୀତିରେ ଶକ୍ତିର ହେବ ପରୀକ୍ଷା। ଦୁର୍ଗାପୂଜାରେ ମୋହନ ଓ ନବୀନଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲର ନଜର ରହିବ ଭୁବନେଶ୍ୱର ଉପରେ। ତେବେ କିଏ କେଉଁଠି ଯିବେ, କାହାର ଗସ୍ତ କେତେ ଚର୍ଚ୍ଚା ସୃଷ୍ଟି କରିବ ତାହା ସମୟ କହିବ।