ଜୟପୁର: ଦିନ ଦ୍ବିପ୍ରହରରେ ଜୟପୁର ସହରର ଜାତୀୟ ରାଜପଥ ୨୬ ଉପରେ ଯୁବକଙ୍କୁ ଛୁରୀ ମାରି ହତ୍ୟା ଘଟଣା। ସମସ୍ତ ୫ ଅଭିଯୁକ୍ତଙ୍କୁ କାବୁ କଲା ଜୟପୁର ଟାଉନ ଥାନା ପୋଲିସ। ବଡ଼ କଥା ହେଲା ୫ ଜଣଙ୍କ ମଧ୍ୟରୁ ୨ ଅଭିଯୁକ୍ତ ନାବାଳକ। ଏମିତିରେ ୨ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ବେଳେ ଅନ୍ୟ ୩ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ଗିରଫ ୩ ଅଭିଯୁକ୍ତ ରଣ୍ଡାପାଲ୍ଲୀର ଜଗା ହରିଜନ, ଉମୁରୀ ଗାଁର ଦୀନେଶ କୁମାର ହରିଜନ ଓ ସୁଣ୍ଡିକେବିଡି ଗାଁର ଚନ୍ଦ୍ରକାନ୍ତ ହରିଜନ ବୋଲି ଜଣାପଡ଼ିଛି। ଏମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ଲୁହା ଛଡ଼ ସହ ୨ଟି ମଟର ସାଇକେଲ ଓ  ମୋବାଇଲ ଜବତ କରିଛି। ମୃତ ଯୁବକଙ୍କ ନାଁ ହେଉଛି କିଶନ କୁଳଦୀପ।

Also Read: ଚୋରା ସୁନାରେ ଗୋଲ୍ଡ ଲୋନ୍, ଗିରଫ ଲୁଟେରାଙ୍କୁ ପଚରାଉଚରା ପରେ ସାମ୍ନାକୁ ଆସିଲା ନୂଆ ତରିକା​​​​​​​