ସୁନ୍ଦରଗଡ଼ ୨୫।୧୦ : ସୁନ୍ଦରଗଡ଼ ଅଉଁଳା ବାହାଲ ଛକରେ ଭୟଙ୍କର ଦୁର୍ଘଟଣା!। ମୁହାଁମୁହିଁ ଧକ୍କା ପରେ ଜଳିଗଲା ଦୁଇ ଟ୍ରେଲର। ଦୁର୍ଘଟଣାରେ ଜୀବନ୍ତ ଦଗ୍ଧ ହେଲେ ଉଭୟ ଚାଳକ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଉଁଳା ବାହାଲ ଛକ ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି । ଯାହା ପରେ ହୁତୁହୁତୁ ହୋଇ ଜଳିଯାଇଛି ଦୁଇଟି ଟ୍ରେଲର। ନିଆଁରେ ପୋଡ଼ି ଉଭୟ ଗାଡ଼ିର ଚାଳକଙ୍କ ମୃତ୍ୟୁ ହୋଇଛି। ରାତି ପ୍ରାୟ ଗୋଟାଏ ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଲେଫ୍ରିପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିଲା।

Also Read:-Bigg Boss 20: କମ୍ଵଳରେ ରୋମାଣ୍ଟିକ ହେଲେ ଭାଇ-ଭଉଣୀ, ଭିଡିଓ ଦେଖି ପୂରା ପରିବାର ଲଜ୍ଜିତ

ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ପୋଲିସର ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ବର୍ତ୍ତମାନ ସୁଦ୍ଧା ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ମଧ୍ୟ ଘଟଣାର ଛାନ୍ଭିନ୍ ଜାରି ରଖିଛି ।