ମୁମ୍ଵାଇ ୨୪।୧୦; ମିଠା କଥା ଉଠିଲେ ଗୋଲାପ ଜାମୁନ୍ କଥା ମନକୁ ଆସିବା ସ୍ୱାଭାବିକ। ଏହି ମିଠାର ନାଁ ଶୁଣିଲେ ଅନେକଙ୍କ ପାଟିରେ ପାଣି ଆସିଯାଏ। ଗୋଲାପ ଜାମୁନ୍ କେବଳ ଏକ ମିଠା ନୁହେଁ, ଏହା ଅନେକଙ୍କ ପାଇଁ ଖୁସି ଓ ଉତ୍ସବର ସ୍ୱାଦ। ଆଉ ଏହି ସ୍ୱାଦକୁ ନେଇ ଦେଶରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ। କିନ୍ତୁ ଆପଣ ଜାଣନ୍ତି କି, ଆମ ଦେଶରେ ଏମିତି ଏକ ସହର ଅଛି, ଯାହା ଗୋଲାପ ଜାମୁନ୍ ପାଇଁ ବେଶ୍ ପ୍ରସିଦ୍ଧ।

ଗୁଲାବ ଜାମୁନ ଗାଁ କେଉଁଠି?

ଉତ୍ତର ପ୍ରଦେଶର ମୈଗଲଗଞ୍ଜକୁ କୁହାଯାଏ ଗୋଲାପ ଜାମୁନର ସହର। ଦିଲ୍ଲୀରୁ ଲକ୍ଷ୍ନୌ ଯିବା ରାସ୍ତାରେ ଥିବା ଏହି ସ୍ଥାନରେ ମିଳେ ସ୍ୱତନ୍ତ୍ର ସ୍ୱାଦର ଗୋଲାପ ଜାମୁନ୍। ତେବେ କେବେଠାରୁ ଏଠାରେ ଆରମ୍ଭ ହୋଇଥିଲା ଏହି ମିଠାର ପରମ୍ପରା?

କାହିଁକି ଏହି ସ୍ଥାନ ଏତେ ପ୍ରସିଦ୍ଧ?

ଆସନ୍ତୁ ଜାଣିବା ଏହି ରୋଚକ କାହାଣୀ। କୁହାଯାଏ, ୧୯୪୧ ମସିହାରେ ଶ୍ୟାମ ଲାଲ ହଲୱାଇ ଏଠାରେ ଗୋଲାପ ଜାମୁନ୍ ପ୍ରସ୍ତୁତିର ପରମ୍ପରା ଆରମ୍ଭ କରିଥିଲେ। ପରେ ଧିରେ ଧିରେ ମିଠାଟି ଏହି ସ୍ଥାନର ପରିଚୟ ପାଲଟିଗଲା। ଖୁଆରେ ପ୍ରସ୍ତୁତ ଏହି ଗୋଲାପ ଜାମୁନର ନରମ ଗଠନ ଓ ମିଠା ସିରାର ସ୍ୱାଦ ଲୋକଙ୍କୁ ଆକର୍ଷିତ କରେ। ଏହି ଛୋଟ ସହରରେ ୧୦୦ ରୁ ଅଧିକ ମିଠା ଦୋକାନ ଅଛି। ଏହା ବ୍ୟତୀତ, ଦିନସାରା ତାଜା ଗୁଲାବ ଜାମୁନ ବିକ୍ରି ହୁଏ। ସେମାନଙ୍କର ସ୍ୱାଦ ଏବଂ ସୁଗନ୍ଧ ବୃଦ୍ଧି କରିବା ପାଇଁ, ଏଗୁଡ଼ିକୁ ଏବେ ବି ମାଟି କପ କିମ୍ବା ପାତ୍ରରେ ପରିବେଷଣ କରାଯାଏ। ଏହି ଅନନ୍ୟ ଏବଂ ଐତିହାସିକ ସ୍ୱାଦ ସହରକୁ GI ଟ୍ୟାଗ୍ ପ୍ରଦାନ କରିଛି।

ଦିଲ୍ଲୀରୁ ଲକ୍ଷ୍ନୌ ଯାତ୍ରା କରୁଥିବା ଲୋକଙ୍କ ପାଇଁ ମୈଗଲଗଞ୍ଜ ଏକ ପରିଚିତ ଠିକଣା। ଏଠାକାର ଗୋଲାପ ଜାମୁନ୍ର ସ୍ୱାଦ ଚାଖିବାକୁ ଅନେକ ଲୋକ ସେଠାରେ ଅଟକିଥାନ୍ତି। ଉତ୍ତର ପ୍ରଦେଶର ମଥୁରାର ପେଡ଼ା, ଆଗ୍ରାର ପେଠା ଓ ବନାରସର ମଲାଇ ଗିଲୋରୀ ଭଳି ମଗଲଗଞ୍ଜର ଗୋଲାପ ଜାମୁନ୍ ମଧ୍ୟ ମିଠାପ୍ରେମୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ତେବେ ଆପଣ ଯଦି କେବେ ଦିଲ୍ଲୀରୁ ଲକ୍ଷ୍ନୌ ଯାତ୍ରା କରୁଛନ୍ତି, ତେବେ ମଗଲଗଞ୍ଜର ଏହି ପ୍ରସିଦ୍ଧ ମିଠାର ସ୍ୱାଦ ଚାଖିବାକୁ ଭୁଲନ୍ତୁ ନାହିଁ। କାରଣ କିଛି ସ୍ଥାନର ପରିଚୟ କେବଳ ତାହାର ଇତିହାସ ନୁହେଁ, ବରଂ ସେଠାକାର ସ୍ୱାଦ ମଧ୍ୟ ହୋଇଥାଏ।