ଭୁବନେଶ୍ୱର ୨୫।୧୦ : ଆଜି ପବିତ୍ର କୁମାର ଉତ୍ସବ । କୁମାରୀମାନଙ୍କର ଏହା ଏକ ବଡ଼ ପର୍ବ । ଏହି ପର୍ବକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଗଣ୍ଡା । ଆଜି ବଡି ଭୋର ସମୟରୁ କୁଆଁରୀ ଝିଅ ମାନେ ଆଞ୍ଜୁଳି ଟେକିଛନ୍ତି । ନୂଆ ବସ୍ତ୍ର ପରିଧାନ କରି ଗାଁ ଦାଣ୍ଡରେ ବିଭିନ୍ନ ଖେଳ କୁଦର ଆୟୋଜନ କରିବାର ପରମ୍ପରା ରହିଛି ।

ସେହିପରି ସନ୍ଧ୍ୟା ସମୟରେ ଚଉରା ମୂଳେ ଚାନ୍ଦ ପୂଜା କରି ଏହି ବ୍ରତକୁ ସମାପନ କରିଥାନ୍ତି । ଏହି ପର୍ବକୁ ନେଇ ଜଗତସିଂହପୁର ଜିଲାର ବିଭିନ୍ନ ଗାଁ ଗଣ୍ଡା ଉତ୍ସବ ମୁଖରିତ ହୋଇ ଉଠିଛି । କୁମାର କାର୍ତ୍ତିକେୟଙ୍କ ପରି ସୁନ୍ଦର ବରଟିଏ ପାଇବା ପାଇଁ କୁମାରୀ ଝିଅ ମାନେ ଏହି ପର୍ବ କୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ସେପଟେ ଆଜିଠାରୁ ପବିତ୍ର ଗଜଲକ୍ଷ୍ମୀ ପୂଜା । ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପରେ ପୂଜା ପାଇବେ ଧନଧାନ୍ୟର ଦେବୀ ମାଆ ଗଜଲକ୍ଷ୍ମୀ ।

Watch Video:-