ନୂଆଦିଲ୍ଲୀ: ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ ଉତ୍ତେଜନା ବଢ଼ିଛି। ଛାତ୍ର ସଂସଦର ପୁନଃସ୍ଥାପନ ଦାବିରେ ଚାଲିଥିବା ବିକ୍ଷୋଭ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପାଠ୍ୟକ୍ରମର କ୍ଲାସ୍କୁ ଅନ୍ଲାଇନ୍ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୨୪ରୁ ଏହି ନିଷ୍ପତ୍ତି ତତ୍କାଳ ଲାଗୁ ହୋଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅନ୍ଲାଇନ୍ରେ ପାଠପଢ଼ା ଜାରି ରହିବ। ଅନ୍ୟପଟେ, ଆଲୋଚନା ଚାଲିଥିବା ସମୟରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଆନ୍ଦୋଳନରତ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛି (AISA)। ତେବେ ଏହି ଅଭିଯୋଗ ଓ ଘଟଣାକ୍ରମକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷର ସମ୍ପୂର୍ଣ୍ଣ ପ୍ରତିକ୍ରିୟା ସ୍ୱତନ୍ତ୍ର ଭାବେ ସ୍ପଷ୍ଟ ହୋଇନାହିଁ।

ତେବେ କାହିଁକି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ?ଜାମିଆ ମିଲିଆ ଇସଲାମିଆରେ ଅକ୍ଟୋବର ୧୨ରୁ ଛାତ୍ର ଆନ୍ଦୋଳନ ଚାଲିଛି। ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ଜାମିଆ ମିଲିଆ ଇସଲାମିଆ ସ୍ଟୁଡେଣ୍ଟ ୟୁନିଅନ୍କୁ ପୁନଃସ୍ଥାପନ କରିବା ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି। ଏହା ସହିତ ଆନ୍ଦୋଳନ ସମୟରେ ଛାତ୍ରଙ୍କ ବିରୋଧରେ ଜାରି ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ନୋଟିସ୍ ପ୍ରତ୍ୟାହାର କରିବାକୁ ମଧ୍ୟ ସେମାନେ ଦାବି କରୁଛନ୍ତି।

ଅକ୍ଟୋବର ୨୪ରେ ଏହି ଅନଶନ ୧୩ ଦିନରେ ପହଞ୍ଚିଥିଲା ବେଳେ । ଏହି ଦାବିରେ ପାଞ୍ଚଜଣ ଛାତ୍ର ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ବସିଥିଲେ । ଅନ୍ୟପଟେ, ଛାତ୍ରଙ୍କ ଦାବିକୁ ନେଇ ଆଲୋଚନା ଚାଲିଥିବା ସମୟରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିଥିବା AISA ଅଭିଯୋଗ କରିଛି। ଅନଶନରେ ବସିଥିବା ଛାତ୍ର ଏବଂ ଆନ୍ଦୋଳନସ୍ଥଳକୁ ଟାର୍ଗେଟ୍ କରାଯାଇଥିବା ଦାବି କରି ସଂଗଠନ ପ୍ରଶାସନର କାର୍ଯ୍ୟକୁ ସମାଲୋଚନା ମଧ୍ୟ କରିଛି।

ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ପକ୍ଷରୁ ଜାରି ନୋଟିସ୍ରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାଗତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପାଠ୍ୟକ୍ରମର କ୍ଲାସ୍ ଅନ୍ଲାଇନ୍ରେ କରାଯିବ। ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ଅଧ୍ୟାପକମାନଙ୍କୁ ଅନ୍ଲାଇନ୍ କ୍ଲାସ୍ର ବ୍ୟବସ୍ଥା କରିବା ସହ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯୋଗାଇଦେବାକୁ କୁହାଯାଇଛି।କେବେଠାରୁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ। ଜାମିଆ କ୍ୟାମ୍ପସ୍ରେ ‘ଫ୍ରି କାଶ୍ମୀର’ ସ୍ଲୋଗାନ୍ ଲେଖାଯାଇଥିବା ଅଭିଯୋଗକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ଆନ୍ଦୋଳନକାରୀ ଛାତ୍ରମାନେ ଏହି ସ୍ଲୋଗାନ୍ ଲେଖିବାରେ ସେମାନଙ୍କର କୌଣସି ଭୂମିକା ନଥିବା ଦାବି କରିଛନ୍ତି। ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରି ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରିବାକୁ ସେମାନେ ଦାବି କରିଛନ୍ତି।

also read- ମାତ୍ର ୪୫ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା କଭର: କାଉଣ୍ଟରେ ରିଜର୍ଭ ଟିକେଟ କଲେ ଯାତ୍ରୀଙ୍କୁ ମିଳିବ ସୁବିଧା, ଅକ୍ଟୋବର ୨୭ରୁ ନିୟମ ଲାଗୁ

ଛାତ୍ର ସଂଘର ପୁନଃସ୍ଥାପନ, ମୁଖ୍ୟ ପ୍ରକ୍ଟରଙ୍କୁ ହଟାଇବା ଏବଂ ଶୃଙ୍ଖଳାଗତ ନୋଟିସ୍ ପ୍ରତ୍ୟାହାର ଭଳି ଦାବିକୁ ନେଇ ଛାତ୍ର ଓ ବିଶ୍ୱବିଦ୍ୟାଳୟ ପ୍ରଶାସନ ମଧ୍ୟରେ ବିବାଦ ଜାରି ରହିଛି। ଏପରି ସ୍ଥିତିରେ ପାଠପଢ଼ାକୁ ଅନ୍ଲାଇନ୍ କରିବା ନିଷ୍ପତ୍ତି ଶିକ୍ଷାଦାନ ଜାରି ରଖିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଏକ ପଦକ୍ଷେପ। ତେବେ ଆନ୍ଦୋଳନ କେବେ ଶେଷ ହେବ ଏବଂ ଛାତ୍ର ସଂଘର ପୁନଃସ୍ଥାପନ ନେଇ ପ୍ରଶାସନ କ’ଣ ନିଷ୍ପତ୍ତି ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।