ନୂଆଦିଲ୍ଲୀ, ୨୫/୧୦ : ସ୍ପେସିଆଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସଆଇଆର ଦ୍ୱାରା ସାରା ଦେଶରେ ୧୩ କୋଟି ଭୋଟରଙ୍କ ନାଁ କଟିଛି । ଏହାକୁ ନେଇ ବିବାଦରେ ଫସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ତେବେ ଏହି ପ୍ରସଙ୍ଗରେ ଏକ ନୂଆ କଥା ସାମ୍ନାକୁ ଆସିଛି । ଏସଆଇଆରରେ କେଉଁ ଆପ୍ଲିକେସନ୍, ସଫ୍ଟଓେର ଏବଂ ଏଆଇର ବ୍ୟବହାର ହୋଇଥିଲା ତାହା ପ୍ରକାଶ କରିବାକୁ ନିର୍ବାଚନ କମିଶନ ମନା କରିଦେଇଛନ୍ତି । ଆରଟିଆଇ ଆଧାରରେ ମଧ୍ୟ ଏସବୁ ତଥ୍ୟ ଦେଇ ହେବ ନାହିଁ ବୋଲି କମିଶନ କହିଛନ୍ତି ।

Also Read :- ଟାଇଗରଙ୍କୁ ଆକ୍ରମଣ ପରେ ବଲିଉଡରେ ଆତଙ୍କ; ଅମିତ ଶାହଙ୍କୁ ଚିଠି ଲେଖିଲା AICWA

ଆୟୋଗ କହିଛନ୍ତି ଯେ, ଏହି ତଥ୍ୟ କମର୍ସିଆଲ୍ ଡନଫିଡେନ୍ସ, ଟ୍ରେଡ୍ ଏବଂ ଆଇପି ସହ ଜଡିତ । ଆରଟିଆଇ ଅଧିକାରର ଧାରା ୮(୧)ଘ ଆଧାରରେ ଏହି ତଥ୍ୟକୁ ବାଦ୍ ଦିଆଯାଇଛି । ଅର୍ଥାତ ଏହା ଆରଟିଆଇର ପରିସରରେ ଆସୁନି ।

ଏହି ଆରଟିଆଇ ଆବେଦନ ତେଲେଙ୍ଗାନା କରିମନଗରର ସୂଚନା ଅଧିକାର କର୍ମୀ ଏମଏ ମୁଜିବ ଆୟୁବ ଦାଖଲ କରିଥିଲେ । ସେ ନିର୍ବାଚନ କମିଶନଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ।ଭୋଟର ତଥ୍ଯରେ ଅନିୟମିତତା ଧରିବା ପାଇଁ କେଉଁ ଆପ୍ଲିକେସନ ବ୍ୟବହାର ହୋଇଥିଲା ଏବଂ ଏହା ଆପେ ଆପେ ନାଁ ହଟାଏ କି ବୋଲି ସେ ପଚାରିଥିଲେ । ଏହାସହ ଅନିୟମିତତାର ଯାଞ୍ଚ କେଉଁ ଅଧିକାରୀ କରିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ନିର୍ବାଚନ ଆୟୋଗ ଗତ ୧୬ ତାରିଖରେ ଦେଇଥିଲେ ।

ଆୟୋଗ କହିଥିଲେ ଯେ, ଏହି ସବୁ ସୂଚନା ପ୍ରଦାନ କରାଯାଇ ପାରିବ ନାହିଁ । ତଥ୍ୟ ପ୍ରକାଶ କରିଦେଲେ ଅନେକ କ୍ଷତି ହେବ । କାରଣ ଏଥିରେ ବ୍ୟକ୍ତିଙ୍କ ସୁରକ୍ଷା ଉପରେ ବିପଦ ରହିଛି । ଏହାସହ ଏସଆଇଆର ପାଇଁ କୌଣସି ନୂଆ ସଫ୍ଟଓ୍ୱେର କିଣାଯାଇ ନଥିଲା । ଜନପ୍ରତିନିଧି ଆଇନ ୧୯୫୦ର ଧାରା ୧୩ବି ଅନୁସାରେ ବିଧାନସଭା କ୍ଷେତ୍ରର ପଞ୍ଜୀକରଣ ଅଧିକାରୀଙ୍କ ତଥ୍ୟ ଏବଂ ଦସ୍ତାବିଜ ଆଧାରରେ ନାଁ ହଟାଯାଇଥିବା କିମ୍ବା ଯୋଡାଯାଇଥିବା ସିଇସି ଉଲ୍ଲେଖ କରିଛନ୍ତି ।