ବଲାଙ୍ଗୀର ୩୧।୧୦ : ପିଜା ତିଆରି କରୁଥିବା ସମୟରେ କାଫେରେ ଲାଗିଲା ନିଆଁ। ଆଖି ପିଛୁଳାକେ ହୁତୁହୁତୁ ହୋଇ ଜଳିଗଲା ଦୋକାନ। ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ଘଟିଛି ଏଭଳି ଅଗ୍ନିକାଣ୍ଡ।

ଖବର ଅନୁଯାୟୀ, ବଲାଙ୍ଗୀର ସହରରେ ଥିବା ଜୟରାମ ବଡ଼ମାଳୀଙ୍କ କାଫେ ଓ ବେକେରି ଦୋକାନରେ ପିଜା ପ୍ରସ୍ତୁତି ଚାଲିଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଏହା ଦ୍ରୁତଗତିରେ ବ୍ୟାପି ଯାଇଥିଲା। କର୍ମଚାରୀମାନେ କିଛି ବୁଝିବା ପୂର୍ବରୁ ନିଆଁ ଦୋକାନର ସମ୍ପୂର୍ଣ୍ଣ ଅଂଶକୁ ବ୍ୟାପୀ ଯାଇଥିଲା। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀମାନେ ତୁରନ୍ତ ଦୋକାନରୁ ବାହାରକୁ ଚାଲି ଆସିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

Also Read:-Another cyclone: ମାଡ଼ି ଆସୁଛି ଆଉ ଏକ ବାତ୍ୟା ! ନଭେମ୍ବର ୪ରୁ ବଦଳିବ ପାଗ, ୫ ଜିଲ୍ଲାରେ ପ୍ରବଳ ବର୍ଷିବ !

ସେପଟେ ଖବର ପାଇ ସଇଁତଲା ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଛି ସଇଁତଲା ପୋଲିସ। ଅଗ୍ନିକାଣ୍ଡରେ ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।