ଭୁବନେଶ୍ୱର: ରାଜଧାନୀରେ ପୁଣି ଲଭ୍-ସେକ୍ସ-ଧୋକ୍କା। ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବ ନେତାଙ୍କୁ ଗିରଫ କରିଛି। ବମିଖାଲରେ ଏକ ଓୟୋ ହୋଟେଲରେ ରଖି ଦୁଷ୍କର୍ମ କରିଥିବା ନେଇ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଯୁବ ନେତାଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ମାମଲରେ ଅଧିକ ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତ ହେଲେ ଶଶିକାନ୍ତ ଲେଙ୍କା।

ସୂଚନାନୁସାରେ, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରୁହନ୍ତି ଶଶିକାନ୍ତ ଲେଙ୍କା। ସେ ଏକ ରାଜନୈତିକ ଦଳରେ ଯୁବନେତା ଭାବେ କାର୍ଯ୍ୟ କରନ୍ତି। ବିଶେଷ କରି ସେ ନିଆଳି ଅଞ୍ଚଳରେ କାର୍ଯ୍ୟ କରନ୍ତି। ସେଠାରେ କାର୍ଯ୍ୟ କରୁଥିବା ସମୟରେ ଯାତ୍ରାରେ କାମ କରୁଥିବା ଏକ ମହିଳାଙ୍କ ସମ୍ପର୍କରେ ଆସିଥିଲେ। ମହିଳା ଜଣକ ତାଙ୍କର କୌଣସି ବ୍ୟକ୍ତିଗତ କାମ ପାଇଁ ଶଶିକାନ୍ତଙ୍କୁ କହିଥିଲେ। ଶଶିକାନ୍ତ ମହିଳାଙ୍କର କାମ କରିଦେବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଭଲ ସମ୍ପର୍କ ଯୋଡି ହେବାପରେ ଶଶିକାନ୍ତ ତାଙ୍କୁ ପ୍ରେମ ଜାଲରେ ପକାଇଥିଲେ।

ପରେ ତାଙ୍କୁ ସେ ବମିଖାଲ ଆଣି ଏକ ଓୟୋ ହୋଟଲରେ ରଖିଥିଲେ। ମାତ୍ର ସେଠାରେ ମହିଳାଙ୍କୁ ସେ ଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ମହିଳା ଜଣକ ପରବର୍ତ୍ତୀ ସମୟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

also read- ସରକାରୀ ଟଙ୍କାର ହିସାବ ଦିଅ, ସବୁ ବ୍ଲକ୍‌ର ଆର୍ଥିକ କାରବାର ଯାଞ୍ଚ ଦାବି କଲେ ଅରବିନ୍ଦ ମହାପାତ୍ର

ଓୟୋ ହୋଟଲରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ପୋଲିସ ତାଙ୍କ ବିରୋଧରେ ୬୯ ଏ, ୫୦୧ ଏହିଭଳି ୩ଟି ଦଫା ଲଗାଇ ନିଆଳି ଅଞ୍ଚଳରୁ ଗିରଫ କରିଛି। ଅର୍ଥାତ୍ ଦୁଷ୍କର୍ମ , ମାରପିଟ୍ ନିର୍ଯାତନା ଦେବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଚାଲାଣ ପରେ ପୋଲିସ ପୀଡିତା ମହିଳାଙ୍କର ୧୬୪ରେ କୋର୍ଟରେ ବୟାନ ରେକର୍ଡ କରିବ ବୋଲି ସୂଚନା ମିଳିଛି। ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।