କେନ୍ଦ୍ରାପଡ଼ା ୩୧।୧୦: ଯୁବତୀଙ୍କୁ ଗଳାକାଟି ହତ୍ୟା । ଗାଁ ଯୋର ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ଛାନ୍ଭିନ୍ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମର ସହଯୋଗ ନେଇପାରେ ପୋଲିସ ।

ଖବର ଅନୁଯାୟୀ, କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ବନ୍ଧସାହି ଗାଁରେ ଯୋର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି l ଯୁବତୀଙ୍କ ଗଳା ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖିବାକୁ ମିଳିଛି l କେହି ବଡ ନୃଶଂସ ଭାବରେ ଯୁବତୀଙ୍କ ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି l ନିଜ ଘର ପଛ ପଟ ଯୋରରେ ଯୁବତୀଙ୍କ ମୃତଦେହ ଠାବ କରିଛନ୍ତି ଲୋକେ l ଯୁବତୀ ଯଦୁପୁର ବନ୍ଧସାହି ଗାଁର ସବିତା ବେହେରା ବୋଲି ଜଣାପଡିଛି l

Also Read:-ଧଳା କୁହୁଡ଼ିରେ ଲୁଚିଲା ସ୍ମାର୍ଟ ସିଟି, ଭୁବନେଶ୍ୱରରେ ଶୀତ ଋତୁର ପ୍ରଥମ ଘନ କୁହୁଡ଼ି

ସେପଟେ ପୋଲିସ ଘଟଣା ସଂପର୍କରେ ଖବର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ଏହି ଘଟଣାରେ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଖୋଳତାଡ ଜାରି ରଖିଛି ପୋଲିସ ।