ଭୁବନେଶ୍ବର ୪।୯: ବିରୋଧୀଙ୍କ ବୟାନରେ ତେରେଛା ବାଣ ମାରିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର । ସେ କହିଛନ୍ତି, ଏଫସିଆଇ ଧୀରେ ଧିରେ ଚାଉଳ ଉଠାଇନେବ । ଏଥିପାଇଁ ଆମେ କେନ୍ଦ୍ରକୁ ନିବେଦନ କରିଛୁ । ଯେଉଁ ଟାର୍ଗେଟ ରହିଛି ଚାଉଳକୁ ଏଫସିଆଇ ଧୀରେ ଧୀରେ ଉଠାଇ ନେବ । ବିରୋଧୀ ବିଜେଡି ତାଙ୍କ ଜୀବନ ଭିତରେ ଚାଷୀ ମାନଙ୍କ ପାଇଁ କିଛି କରି ପାରିଲେନି । ଏତେ ବର୍ଷ ଶାସନ କରି ମଧ୍ୟ ରାଜ୍ୟରେ ଚାଷୀଙ୍କୁ ଶହେ ଟଙ୍କା ମଧ୍ୟ ଦେଇ ପାରିଲେନି । ଚାଷୀଙ୍କ ପାଇଁ କିଛି କରିପାରି ନାହାନ୍ତି । ଆମ ସରକାର ଧାନ ଇନପୁଟ ସବସିଡି ଠାରୁ ଆରମ୍ଭ କରି ପିଏମ କିଷାନ, ସିଏମ କିଷାନ ଆଦି ଆର୍ଥିକ ସହାୟତା ପ୍ରଦାନ କରୁଛୁ । ମାତ୍ର ବିରୋଧୀ ଦେହରେ ଯାଉ ନାହିଁ । ଖାଲି କିଏ କ'ଣ କହିଲା ଅନାଇ ବସିଛନ୍ତି ।

FCI ଆଗରେ ଯୋଗାଣ ମନ୍ତ୍ରୀଙ୍କ ଅସହାୟତା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲା ବିଜେଡି । ଯୋଗାଣ ମନ୍ତ୍ରୀ କହୁଛନ୍ତି କେନ୍ଦ୍ର ସରକାର ଶୁଣୁନାହାନ୍ତି ଅର୍ଥ ୨୦ ସାଂସଦ, ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯାଇଥିଲେ । ୭ ଥର ଯୋଗାଣ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେଣି । ତଥାପି କେନ୍ଦ୍ର ସରକାର ରାଜ୍ୟ କଥା ଶୁଣୁନାହାନ୍ତି । FCI କ’ଣ ପାଇଁ ପାତରଅନ୍ତର କରୁଛି ଏ କଥା ସ୍ବୀକାର କଲେ ମନ୍ତ୍ରୀ । ଅନ୍ୟ ରାଜ୍ୟରୁ ଉଠୁଛି ଓଡ଼ିଶାରୁ କାହିଁକି ଉଠୁନି ଚାଉଳ । MSP ଦେବୁ, ଇନପୁଟ୍ ସବସିଡି ଦେବୁ ଯେଉଁ ସରକାର ଏକଥା କହୁଥିଲେ ଆଜି ବିଫଳ ହୋଇଛନ୍ତି । କେଉଁ ଆଳ କଲେ ଚାଷୀ ଇନପୁଟ ସବସିଡି ପାଇବେ ନାହିଁ ସରକାର ସେୟା ଚିନ୍ତା କରୁଛନ୍ତି । ରାଜ୍ୟରେ ୧୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପଡ଼ି ରହିଛି । ମନ୍ତ୍ରୀ ନିଜେ ସାର୍ଟିଫିକେଟ ଦେଲେ ଡବଲ ଇଂଜିନର ଫେଲ୍ୟୁଅର ।

Also Read:- ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟୀଙ୍କ ନାଁରେ ନକଲି ID, ଗ୍ରାହକଙ୍କୁ ଚୂନ ଲଗାଉଛନ୍ତି ସାଇବର ଠକ

ସେପଟେ ବିଜେଡିର ଏଭଳି ଟାର୍ଗେଟକୁ କାଉଣ୍ଟର କରିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ବିଜେଡିର କୌଣସି ନୈତିକ ଅଧିକାର ନାହିଁ କହିବା ପାଇଁ । ଯିଏ କେନ୍ଦ୍ରର ଚାଉଳକୁ ନିଜ ନାଁରେ କରି ବାଣ୍ଟୁଥିଲେ ସେମାନେ କ’ଣ କହିବେ । FCIର ଯାହା ସମସ୍ୟା ଅଛି ତାହା ଆଗାମୀ ଦିନରେ ସମାଧାନ କରାଯିବ । ଅତୀତରେ ଚାଷୀଙ୍କୁ ଭୁବନେଶ୍ବର ବାରଣ କରିଥିଲା ବିଜେଡି । ବିଜେଡି ନେତା ଯେତେ ସ୍ନୋ-ପାଉଡର ମାରିଲେ ବି ଆଉ ଫେରିବେନି ବୋଲି ଆକ୍ଷେପ କରିଛନ୍ତି ବିଜେପି ମୁଖପାତ୍ର ।

ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ ଘେରିଲା କଂଗ୍ରେସ । ଓଡ଼ିଶାରେ ବିଜେପି ସରକାର ନିଜ ଦୋଷ ମୁଣ୍ଡକୁ ନେବାକୁ ଚାହୁଁ ନାହାନ୍ତି । ସେଥିପାଇଁ କେତେବେଳେ ଚାଷୀଙ୍କୁ ତ କେତେବେଳେ ଅନ୍ୟକୁ ଦୋଷ ଦେଉଛନ୍ତି। ଏମିତି କି ଏବେ କେନ୍ଦ୍ରକୁ ଦୋଷ ଦେବାକୁ ପଛାଉ ନାହାନ୍ତି । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର, ହେଲେ ଲୋକଙ୍କ କାମ ହେଉ ନାହିଁ । ଯାହା କି ଯୋଗାଣ ମନ୍ତ୍ରୀଙ୍କ ବୟାନରୁ ଜଣା ପଡୁଛି । ଆଗକୁ ଖରିଫ ଧାନ ସଂଗ୍ରହ ହେବାକୁ ଅଛି । ଯଦି FCI ଚାଉଳ ନଉଠାଇବ ତାହାଲେ ଧାନ କେମିତି ଉଠିବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ।