ସମ୍ବଲପୁର ୪।୯: ସାଇବର ଠକଙ୍କ ଟାର୍ଗେଟରେ ସମ୍ବଲପୁରୀ ହସ୍ତତନ୍ତ ଇଣ୍ଡଷ୍ଟ୍ରି । ଅନଲାଇନରେ ସମ୍ବଲପୁରୀ ଶାଢ଼ି କିମ୍ବା କପଡା କିଣୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ସମ୍ବଲପୁରୀ ହସ୍ତତନ୍ତ ଇଣ୍ଡଷ୍ଟ୍ରିରେ ନଜର ପକାଇ ଗତ ମାସେ ଭିତରେ ୩୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇ ନେଲେଣି ସାଇବର ଠକ । ସମ୍ବଲପୁରୀ କପଡ଼ା ଦୋକାନ ତଥା ଅନଲାଇନରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ Youtube, Facebook ଓ instagram ID ର ନକଲ ତିଆରି କରି କପଡା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ଠକୁଛନ୍ତି ସାଇବର ଠକ ।

ଶାଢ଼ିରେ ୯୦ ପ୍ରତିଶତ ରିହାତି ପ୍ରଲୋଭନ ଦେଖାଇ ହୋମ ଡେଲିଭେରୀ ପାଇଁ ଅଗ୍ରୀମ ନେଇ ଠକି ଚାଲିଛନ୍ତି । ଗ୍ରାହକ ମଧ୍ୟ କମ ଦର ଦେଖି ଆକୃଷ୍ଟ ହୋଇ ପଇସା ଅନଲାଇନ ପେମେଣ୍ଟ କରି ଫସି ଯାଉଛନ୍ତି । ଗ୍ରାହକ ଅରିଜିନାଲ ଦୋକାନକୁ ଯୋଗାଯୋଗ କରି ଠକେଇ ହୋଇଥିବା ଜାଣୁଛନ୍ତି । ମାସେ ଭିତରେ ୩୦ ଲକ୍ଷ ଟଙ୍କାରୁ ଅଧିକା ଠକେଇ ହୋଇ ସାରିଲାଣି । ଯାହାକୁ ନେଇ ବ୍ୟବସାୟୀ ସମ୍ବଲପୁର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Also Read:- ବିପର୍ଯ୍ୟୟ ସଚେତନତାର ନିଆରା ଅଭିଯାନ, ଜାତୀୟ ସ୍ତରରେ ସମ୍ମାନିତ ଆନନ୍ଦପୁରର ତ୍ରିଲୋଚନ

ଆଗକୁ ଏମିତି ଜାରି ରହିଲେ ଗ୍ରାହକଙ୍କ ଭରସା ଉଠିବା ସହ ସମ୍ବଲପୁରୀ ହସ୍ତତନ୍ତ ଇଣ୍ଡଷ୍ଟ୍ରି ଉପରେ ବଡ଼ ନକାରାତ୍ମକ ପ୍ରଭାବ ପଡିବା ଆଶଙ୍କା କରାଯାଉଛି ।