ମୁ୍ମ୍ବାଇ: ଆମେରିକାର ଚାପ ନୁହେଁ, ବରଂ ଭାରତ ନିଜ ଆବଶ୍ୟକତା ଅନୁସାରେ, ଅଶୋଧିତ ତୈଳ ଆମଦାନୀର ବିବିଧକରଣ କରିଥିଲା। ଗୋଟିଏ ଦେଶ ଉପରେ ନିର୍ଭର ନ କରି ରଣନୈତିକ ଶୈଳୀରେ ବିଭିନ୍ନ ଆଡ଼ୁ ଅଶୋଧିତ ତୈଳ ଆମଦାନୀ କରିଥିଲା। ୩ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଏହି ବୟାନ ଦେଇଛନ୍ତି।

ମୁମ୍ବାଇରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ସାକ୍ଷାତ୍କାର ଦେଇ ରୁବିଓ ଏପରି କହିଛନ୍ତି। ଆମଦାନୀ ପାଇଁ କୌଣସି ଗୋଟିଏ ଦେଶ ଉପରେ ନିର୍ଭର କରିବା ଦେଶ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ରୁବିଓ କହିଥିଲେ। ତେଣୁ ଆମେରିକା ଚାପରେ ନିଜ ଦେଶର ଆବଶ୍ୟକତା ଅନୁସାରେ ବିଭିନ୍ନ ଆଡ଼ୁ ତୈଳ ଆମଦାନୀ କରିଥିଲା ବୋଲି ରୁବିଓ କହିଛନ୍ତି।

Also Read- ଭାରତ ସହ ସମ୍ପର୍କର ମୂଲ୍ୟ ଦେଇ ପାକିସ୍ତାନ ସହ ଘନିଷ୍ଠତା ବଢ଼ାଇ ହେବନି: ଆମେରିକା ବୈଦେଶିକ ସଚିବ

ଏନେଇ ସେ କହିଛନ୍ତି “ନିଜ ଏନର୍ଜି ପୋର୍ଟଫୋଲିଓର ବିବିଧକରଣ କରି ଭାରତ ପ୍ରକୃତରେ ଅଗ୍ରଗତି ହାସଲ କରିଛି। ଏହା କୌଣସି ଚାପରେ କିମ୍ବା କୌଣସି ପ୍ରକାର ଧମକ ଚମକରେ ନୁହେଁ।” ଭାରତ ଋଷ ଠାରୁ ତୈଳ କିଣିବାକୁ ନେଇ ଆମେରିକା କ୍ଷୁବ୍ଧ ହୋଇଥିଲା। ତେଣୁ ସମୟ ସମୟରେ ଭାରତ ଉପରେ ଟାରିଫ ଲଦି ଚାପ ପକାଇବାକୁ ଚେଷ୍ଟା କରିଥିଲା। ହେଲେ ଭାରତ ଏହାକୁ ଖାତିର ନ କରି ନିଜ ଆବଶ୍ୟକତା ଅନୁସାରେ ତୈଳ ଆମଦାନୀ କରିଛି।

ଋଷ ତେଲ ପାଇଁ ଭାରତ ଉପରେ ଏମିିିତି ଦାଉ ସାଧିଛି ଆମେରିକା

ଋଷ ଠାରୁ ତେଲ ଆମଦାନୀ କରୁଥିବାରୁ ଗତବର୍ଷ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଦିଥିଲେ। ଫଳରେ ମୋଟ ଶୁଳ୍କ ୫୦ ପ୍ରତିଶତ ହୋଇଯାଇଥିଲା। ଏହି ଅତିରିକ୍ତ ଶୁଳ୍କ ଚଳିତ ବର୍ଷ ଆରମ୍ଭରୁ ହଟାଇ ଦେଇଥିଲା ଆମେରିକା।

ଏହାରି ଭିତରେ ଭାରତ ନିଜ ଆବଶ୍ୟକତା ଅନୁସାରେ ଅଶୋଧିତ ତୈଳ ଆମଦାନୀକୁ ଗୋଟିଏ ଦେଶରେ ସୀମିତ ନ ରଖି ବିଭିନ୍ନ ଦେଶରୁ ଆମଦାନୀ କରିବା ଆରମ୍ଭ କରିଥିଲା। ଯଦିଓ ଋଷ ଭାରତକୁ ସର୍ବାଧିକ ତୈଳ ରପ୍ତାନୀ କରୁଥିଲା। ତଥାପି ଭାରତୀୟ ଆମଦାନୀରେ ଋଷ ତୈଳର ଭାଗ ଥିଲା ମାତ୍ର ୩୫.୫ ପ୍ରତିଶତ। ମଧ୍ୟପ୍ରାଚ୍ୟରେ ଆମଦାନୀ କରୁଥିଲା ୪୬.୬% ।

Also Read- Barclays Job Cut: ବିଶ୍ୱସ୍ତରରେ ୫% କର୍ମଚାରୀ ଛଟେଇ କରିବ ବାର୍କଲେଜ୍: AI ପାଇଁ ଯିବ ଚାକିରି

ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରୁଛି। ତେଣୁ ଦେଶକୁ ଏହାର ଆମଦାନୀ ନେଟୱର୍କକୁ ୨୭ଟି ଦେଶରୁ ୪୧ଟି ଦେଶକୁ ବଢ଼ାଇଛି। ଅର୍ଥାତ୍ ଭାରତ ୪୧ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛି ବୋଲି ଶ୍ରୀ ପୁରୀ କହିଥିଲେ। ଭାରତ ସରକାର ସବୁବେଳେ କହି ଆସିଥିଲେ, ଯେ ଦେଶର ସ୍ୱାର୍ଥ ପାଇଁ ଯେଉଁଠୁ ଆବଶ୍ୟକ ସେହିଠାରୁ ତେଲ କିଣାଯାଉଛି।

Also Read- ଭାରତ ସହ ସମ୍ପର୍କର ମୂଲ୍ୟ ଦେଇ ପାକିସ୍ତାନ ସହ ଘନିଷ୍ଠତା ବଢ଼ାଇ ହେବନି: ଆମେରିକା ବୈଦେଶିକ ସଚିବ

ଏନେଇ ରୁବିଓ କହିଛନ୍ତି ଯେ ଭାରତର ରଣନୀତିକୁ କେବଳ ଋଷୀୟ ତୈଳ ଆମଦାନୀ ହ୍ରାସ ଭାବରେ ଦେଖିବା ଉଚିତ ନୁହେଁ। ବରଂ ପଶ୍ଚିମଗୋଲାର୍ଦ୍ଧରେ ଥିବା ଦେଶ ଯଥା ଆମେରିକା ଭେନେଜୁଏଲା ଓ ଅନ୍ୟମାନଙ୍କ ଠାରୁ ମଧ୍ୟ ଅଶୌଧିତ ତୈଳ କିଣିଛି ଭରତ। ଏହା ସମ୍ପୂର୍ଣ୍ଣର ଭାରତର ସ୍ୱାର୍ଥ ଉପରେ ନିର୍ଭରଶୀଳ। ଆଉ ଏକଥା ବି ସ୍ପଷ୍ଟ ଯେ ଆମେ ଏଥିପାଇଁ ଭାରତର ସହଯୋଗ କରିବାକୁ ଇଚ୍ଛୁକ।

ସୂଚନା ଥାଉକି ୩ ଦିନିଆ ଭାରତ ଗସ୍ତରେ ଆସିଥିବା ରୁବିଓ ବ୍ୟବସାୟ ସମ୍ପର୍କିତ ଆଶା ନେଇ ଭାରତ ଆସିଛନ୍ତି। ସେ ଗୁଜରାଟ ଜାମନାଗର ଯାଇ ରିଲାଏନ୍ସର ରିଫାଇନାରୀ ଦେଖି ଖୁବ ପ୍ରଶଂସା କରିଛନ୍ତି। ଭାରତ ବିଶ୍ୱରେ ତୈଳ ବିଷୋଧନର ସୁପରପାୱାର ବୋଲି କହିଥିଲେ ରୁବିଓ।