ନୂଆଦିଲ୍ଲୀ: ବ୍ରିଟିସ ବହୁରାଷ୍ଟ୍ରୀୟ ୟୁନିଭର୍ସାଲ ବ୍ୟାଙ୍କ୍ ବାର୍କଲେଜ୍(Barclays) ବିଶ୍ୱସ୍ତରରେ ୫ ହଜାର କର୍ମଚାରୀ ଛଟେଇ କରିବ। ଏଆଇ ଉପରେ ନିର୍ଭରଶୀଳତା ଯୋଗୁ ବ୍ୟାଙ୍କିଙ୍ଗ୍ ଗ୍ରୁପ ବାର୍କଲେଜ୍ ଏହି ଛଟେଇ କରିବ ବୋଲି ସୂଚନା ଦେଇଛି।

ବିବିସି ରିପୋର୍ଟ ଅନୁସାରେ, ଗ୍ରୁପ ପୂର୍ବରୁ ହଜାରେ କର୍ମଚାରୀ ଛଟେଇ କରି ସାରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୪ହଜାର କର୍ମଚାରୀ ଛଟେଇ କରିବ ବୋଲି କହିଛି। ବିଶ୍ୱସ୍ତରରେ ବ୍ୟାଙ୍କିଙ୍ଗ୍ ଗ୍ରୁପରେ କାମ କରୁଥିବା ମୋଟ ଶ୍ରମବଳର ଏହା ୫% ହେବ। ଏହି ଛଟେଇ ମୁଖ୍ୟତଃ ଅପରେସନାଲ ଓ ସପୋର୍ଟ କାର୍ଯ୍ୟରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ ହେବ ବୋଲି ବିବିସି ରିପୋର୍ଟ କରିଛି।

ଏନେଇ ବାର୍କଲେଜ୍ ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ସିଏସ୍ ଭେଙ୍କଟକ୍ରିଷ୍ଣନ୍ କହିଛନ୍ତି ଯେ ବ୍ୟାଙ୍କର କାମକୁ ଆଉଟିକେ ସରଳ ଓ ଉନ୍ନତ କରିବା ପାଇଁ ଟେକ୍ନୋଲୋଜୀରେ ନିବେଶ କରାଯାଉଛି। ଧୀରେ ଧୀରେ ଏଆଇ ବ୍ୟାଙ୍କିଙ୍ଗ ବ୍ୟବସାୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ଛଟେଇ ଟେକ୍ନୋଲୋଜି ନିବେଶ ସହ ଜଡ଼ିତ ବୋଲି ସେ କହିଛନ୍ତି।

Also Read- ୟୁଜର୍ସଙ୍କୁ ଭୁଲ୍ ତଥ୍ୟ ଦେଇ ଫସିଲା ମେଟା, ଲାଗିଲା ୨.୩ ଲକ୍ଷ କୋଟି ଟଙ୍କାର ଜରିମାନା

ବ୍ଲୁମବର୍ଗକୁ ପ୍ରତିକ୍ରିୟା ଦେଇ ଭେଙ୍କଟକ୍ରିଷ୍ଣା କହିଛନ୍ତି “ଆମେ ବଡ଼ ଧରଣରେ ଏଆଇ ନିୟୋଜିତ କରିବୁ। ଏଆଇର ଲାଭ ଉଠାଇବା ପାଇଁ ଆମକୁ ଟେକ୍ନୋଲୋଜୀ ଭିତ୍ତିଭୂମି ନିର୍ମାଣ କରିବା ଅତ୍ୟନ୍ତ ଜରୁରି। ଏହା ବୁଝାଇବାକୁ ଯାଇ ସେ କହିଛନ୍ତି ଯେ “ଏଆଇ କେକ୍ର ମୂଳ ଜିନିଷ ହୋଇପାରେ କିନ୍ତୁ କେକ୍ ନୁହେଁ।”

ସପୋର୍ଟ ଫଙ୍ଗସନ ଓ ଡେଭଲପର ପ୍ରଭାବିତ ହେବେବିଜନେଶ ଇନ୍ସାଇଡର ରିପୋର୍ଟ ଅନୁସାରେ ସପୋର୍ଟ ଫଙ୍ଗସନରୁ ୬୦ ପ୍ରତିଶତ କର୍ମଚାରୀ ଛଟେଇ ହୋଇପାରେ। ବ୍ୟାଙ୍କିଙ୍ଗ୍ ଗ୍ରୁପ ମୁଖତଃ ୟୁକେରେ ଖୁଚୁରା ବ୍ୟବସାୟ ପ୍ରତି ଧ୍ୟାନ ଦେଉଛି। ଗତ ୩ ବର୍ଷ ହେଲା ଗ୍ରୁପ ଖର୍ଚ୍ଚ କାଟ କରିବା ପାଇଁ ଯୋଜନା କରୁଥିଲା। ଏହି ଛଟେଇ ତା’ର ଏକ ଅଂଶବିଶେଷ ବୋଲି କୁହାଯାଉଛି।