ଯାଜପୁର ୦୫।୦୮ : କମ୍ପାନୀ ସମ୍ମୁଖରେ କର୍ମଚାରୀଙ୍କ ଧାରଣା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୁଢ଼ାକେନ୍ଦୁଆ ଠାରେ ଥିବା ଆବିସ ଫୁଡ୍‌ ଆଣ୍ଡ ପ୍ରୋଟିନସ ପ୍ରାଇଭେଟ୍‌ ଲିମିଟେଡ୍‌ ସମ୍ମୁଖରେ ଚାଲିଛି ଆନ୍ଦୋଳନ । ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକମାନେ ୨୮ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

କମ୍ପାନୀର ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି ଶ୍ରମିକ । କମ୍ପାନୀରେ ରାଜ୍ୟ ବାହାର ଶ୍ରମିକମାନଙ୍କୁ ଆଣିବା ବନ୍ଦ କରାଯାଉ, ମାସିକ ବେତନ ବୃଦ୍ଧି କରାଯାଉ, ଶ୍ରମିକମାନଙ୍କୁ OT ପ୍ରଦାନ କରାଯାଉ, ଅବସରକାଳୀନ ବୟସ  ସୀମା ବୃଦ୍ଧି କରିବା ଭଳି ୨୮ ଦଫା ଦାବି ନେଇ ଗର୍ଜିଛନ୍ତି ଶ୍ରମିକ । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଯାଜପୁର SDPO, ଦର୍ପଣ ତହସିଲଦାର ଉପସ୍ଥିତ ରହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ ମଧ୍ୟ କରାଯାଇଛି । ଯେ ପର୍ଯ୍ୟନ୍ତ ଶ୍ରମିକଙ୍କ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ ଚେତାବନୀ  ଦେଇଛନ୍ତି ।

Also Read:-ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ ରିପୋର୍ଟ ମାଗିଲେ ଉନ୍ନୟନ କମିଶନର, ଯୋଜନା କାର୍ଯ୍ୟାନ୍ୱୟନର ହେବ ସମୀକ୍ଷା