ଭୁବନେଶ୍ବର ୫।୮: ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ ରିପୋର୍ଟ ମାଗିଲେ ଉନ୍ନୟନ କମିଶନର । ସଚିବ ସ୍ତରୀୟ ବୈଠକରେ ବିଭାଗୀୟ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହ ।

ଗତ ମାସ କେଉଁ ସଚିବ କେଉଁ ଜିଲ୍ଲାକୁ ଯାଇଛନ୍ତି, ସରକାରୀ ଯୋଜନା କେତେ ଦୂର ଗ୍ରାଉଣ୍ଡରେ ପହଞ୍ଚିଛି । ତା'ର ରିପୋର୍ଟ ମାଗିଛନ୍ତି ଉନ୍ନୟନ କମିଶନର । ଯୋଜନା ଏବଂ କାର୍ଯ୍ୟକ୍ରମର ତଦାରଖ ଏବଂ କାର୍ଯ୍ୟନ୍ୱୟନ ଅନୁଧ୍ୟାନ ପାଇଁ ସଚିବ ମାନେ ଜିଲ୍ଲା ଗସ୍ତର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ।

Also Read:- ସ୍କୁଲ ହଷ୍ଟେଲରେ ନବମ ଶ୍ରେଣୀ ପିଲାଙ୍କୁ ସିନିୟରଙ୍କ ମାଡ଼, ଭିଡିଓ ଭାଇରାଲ୍ ପରେ ତଦନ୍ତ ଆରମ୍ଭ

ସୂଚନା ଅନୁସାରେ, ଜୁଲାଇ ମାସରେ ବିଭିନ୍ନ ଜିଲ୍ଲା ଗସ୍ତ ପାଇଁ ବିଭାଗୀୟ ସଚିବ ଓ ଅଧିକାରୀ ମାନଙ୍କୁ ଜିଲ୍ଲା ଆବଣ୍ଟନ କରାଯାଇଥିଲା। ଏହି ଗସ୍ତ ମାଧ୍ୟମରେ ସରକାରୀ ଯୋଜନାର ବାସ୍ତବ ସ୍ଥିତି ଓ ଲୋକଙ୍କ ପାଖରେ ଏହାର ପହଞ୍ଚ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା।