ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌର ଅଧ୍ୟକ୍ଷାଙ୍କ ପଦକୁ ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ଜୋର ଧରିଥିଲା ଆଜି ତାହାର ଅନ୍ତ ଘଟିଛି। ୨୦୨୨ ନିର୍ବାଚନୀ ମାମଲା ଆଜି ଜିଲ୍ଲା କୋର୍ଟରେ ଖାରଜ ହୋଇଛି । ଆଉ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ପଦ ବଜାଏ ରଖିଛନ୍ତି ତନୟା ମିଶ୍ର । ୨୦୨୨ ପୌର ପରିଷଦ ନିର୍ବାଚନରେ ତାଙ୍କ ବିରୋଧରେ ଆସିଥିବା ମିଥ୍ୟା ସତ୍ୟପାଠ ଏବଂ ଅନିୟମିତତା ଅଭିଯୋଗକୁ ଖାରଜ କରିଛନ୍ତି ଜିଲ୍ଲା ଜଜ୍ କୋର୍ଟ ।

ଗତ ପୌର ପରିଷଦ ନିର୍ବାଚନରେ ତନୟା ମିଶ୍ର ଜିତିବା ପରେ ଏହି ଅଭିଯୋଗ ଆଣି ମାମଲା ରୁଜ୍ଜୁ କରିଥିଲେ ତୃତୀୟ ସ୍ଥାନରେ ରହିଥିବା ପ୍ରତିଦ୍ବନ୍ଦୀ ନୀଳିମା ପଟେଲ। ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଏବଂ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଥିଲେ । ସେହି ମାମଲାର ବିଚାର କରି ଆଜି ଅଭିଯୋଗକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି ଜିଲ୍ଲା ଜଜ୍ । କୋର୍ଟଙ୍କ ରାୟ ପରେ ଏହି ବିଜୟ ହେଉଛି ସତ୍ୟର ବିଜୟ ଏବଂ ସୁନ୍ଦରଗଡ଼ର ବିକାଶ ଓ ସୁନ୍ଦରଗଡକୁ ସୁନ୍ଦର କରିବା ପାଇଁ ମୁ ଯେଉଁ ସ୍ବପ୍ନ ଦେଖିଛି ତାହା ପୂରଣ କରିବି କହିଛନ୍ତି ପୌର ଅଧ୍ୟକ୍ଷା କହିଛନ୍ତି।

Also Read: ଜାତିରେ ମିଶିବା ପାଇଁ ଯୁବକ ହୋଇଥାନ୍ତେ ଲଣ୍ଡା, ଠିକ୍ ସମୟରେ ପହଞ୍ଚିଗଲା ପୋଲିସ