ମୁମ୍ଵାଇ ୧୨।୧୧; ପବନ କଲ୍ୟାଣ ଏବଂ ତାଙ୍କ ତୃତୀୟ ପତ୍ନୀ ଆନ୍ନା କୋନିଡେଲା। ଦୁହେଁ ୯,ନଭେମ୍ବର ୨୦୨୬ରେ ସେମାନଙ୍କର ଛାଡପତ୍ର ଘୋଷଣା କରିଥିଲେ। ଯାହା ଫଳରେ ସେମାନଙ୍କର ୧୩ ବର୍ଷର ବୈବାହିକ ଜୀବନ ଶେଷ ହୋଇଥିଲା। ଏହା ପରେ, ପବନ କଲ୍ୟାଣଙ୍କ ଚତୁର୍ଥ ବିବାହ ବିଷୟରେ ଗୁଜବ ଉଠିଛି। ହେଲେ ସେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ପବନ କଲ୍ୟାଣ ପ୍ରଥମ ଅଭିନେତା ନୁହଁନ୍ତି ଯିଏ ତିନିଥର ବିବାହ କରିଛନ୍ତି। ଅନେକ ସେଲିବ୍ରିଟି ପୂର୍ବରୁ ପ୍ରେମକୁ ଅନେକ ସୁଯୋଗ ଦେଇସାରିଛନ୍ତି।

ବିଦ୍ୟା ବାଲନଙ୍କୁ ବିବାହ କରିବା ପରେ ସିଦ୍ଧାର୍ଥ ରୟ କପୁର ଏକ ଖୁସି ଜୀବନ ବିତାଉଛନ୍ତି। ବିଦ୍ୟା ପୂର୍ବରୁ ସିଦ୍ଧାର୍ଥ ତାଙ୍କ ପିଲାଦିନର ବନ୍ଧୁଙ୍କୁ ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ବିବାହ ଜଣେ ଟେଲିଭିଜନ ପ୍ରଯୋଜକଙ୍କୁ ହୋଇଥିଲା। ଯାହାଙ୍କୁ ସେ ୨୦୧୧ ମସିହାରେ ଛାଡପତ୍ର ଦେଇଥିଲେ।

 

ଲକି ଅଲିଙ୍କ ବୈବାହିକ ଜୀବନ ବିଷୟରେ କହିବାକୁ ଗଲେ, ସେ ପ୍ରଥମେ ନ୍ୟୁଜିଲାଣ୍ଡର ମେଘନ ଜେନ୍ ମ୍ୟାକକ୍ଲେରୀଙ୍କୁ ବିବାହ କରିଥିଲେ। ଏହି ବିବାହ ସଫଳ ହୋଇନଥିଲା, ଏବଂ ସେ ପରେ ଇନାୟାଙ୍କ ସହିତ ବାସ କରିବାକୁ ଲାଗିଲେ। ହେଲେ ଲକି ଏବଂ ଇନାୟା ଖୁବ୍ ଶୀଘ୍ର ଅଲଗା ହୋଇଗଲେ। ତୃତୀୟ ଥର ପାଇଁ, ଲକି ଅଲି ବ୍ରିଟିଶ ମଡେଲ କେଟ୍ ଏଲିଜାବେଥଙ୍କ ନାମରେ ଏକ ନୂତନ ଜୀବନସାଥୀ ପାଇଲେ, ଯାହାଙ୍କ ସହିତ ତାଙ୍କର ଏକ ପୁଅ ଅଛି।

 

କବୀର ବେଦୀ ମଧ୍ୟ ଚାରିଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ବଙ୍ଗଳା ନୃତ୍ୟଶିଳ୍ପୀ ପ୍ରୋତିମା ବେଦୀଙ୍କ ସହ ହୋଇଥିଲା। ତାଙ୍କର ଦ୍ୱିତୀୟ ବିବାହ ଫ୍ୟାଶନ୍ ଡିଜାଇନର୍ ସୁସାନ୍ ସହ ହୋଇଥିଲା। ତାଙ୍କ ଛାଡପତ୍ର ପରେ, ସେ ତୃତୀୟ ଥର ପାଇଁ ଉପସ୍ଥାପିକା ନିକିଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ମଧ୍ୟ ଶୀଘ୍ର ଶେଷ ହୋଇଗଲା। ୭୧ ବର୍ଷ ବୟସରେ, ସେ ଚତୁର୍ଥ ଥର ପାଇଁ ପରବୀନ୍ ଦୁସାଞ୍ଜଙ୍କୁ ବିବାହ କରିଥିଲେ।

 

କରଣ ସିଂହ ଗ୍ରୋଭରଙ୍କ ବୈବାହିକ ଜୀବନ ମଧ୍ୟ ଖବରରେ ରହିଛି। କରଣ ପ୍ରଥମେ ୨୦୦୮ ମସିହାରେ ଟିଭି ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ। ଏହି ବିବାହ ୧୦ ମାସ ମଧ୍ୟରେ ଶେଷ ହୋଇଗଲା। ତାଙ୍କର ଦ୍ୱିତୀୟ ବିବାହ ଜେନିଫର ୱିଙ୍ଗେଟ୍ ସହିତ ହୋଇଥିଲା । ସେମାନଙ୍କର ବିବାହ ମାତ୍ର ଦୁଇ ବର୍ଷ ଚାଲିବା ପରେ ସେମାନେ ଅଲଗା ହୋଇଗଲେ। ତା'ପରେ ସେ ୨୦୧୬ ମସିହାରେ ବିପାଶା ବସୁଙ୍କୁ ବିବାହ କରିଥିଲେ, ଏବଂ ସେମାନଙ୍କର ଏକ ଝିଅର ଅଛି।

ଅଦନାନ ସାମି ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯିଏ ତିନିଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ଅଭିନେତ୍ରୀ ଜେବା ବଖତିଆରଙ୍କ ସହିତ ହୋଇଥିଲା। ଛାଡପତ୍ର ପରେ ସେ ଦୁବାଇର ସବା ଗାଲାଦାରୀଙ୍କୁ ବିବାହ କରିଥିଲେ। କିନ୍ତୁ, ତାଙ୍କର ଦ୍ୱିତୀୟ ବିବାହ ମଧ୍ୟ ମାତ୍ର ଦୁଇ ବର୍ଷ ତିଷ୍ଠିଥିଲା। ଶେଷରେ, ସେ ତୃତୀୟ ଥର ପାଇଁ ରୋୟା ଫାରିଆବିଙ୍କୁ ବିବାହ କରି ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ।

 

ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା ମଧ୍ୟ ତିନିଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ଚଳଚ୍ଚିତ୍ର ସମ୍ପାଦକ ରେଣୁ ସାଲୁଜାଙ୍କ ସହ ହୋଇଥିଲା। ତାଙ୍କର ଦ୍ୱିତୀୟ ବିବାହ ଶବନମ୍ ସୁଖଦେବଙ୍କ ସହ ହୋଇଥିଲା। ତାଙ୍କର ତୃତୀୟ ବିବାହ ଅନୁପମା ଚୋପ୍ରାଙ୍କ ସହ ହୋଇଥିଲା। ୧୯୯୦ ମସିହାରେ, ସେମାନେ ବିବାହ କରି ବସତି ସ୍ଥାପନ କରିଥିଲେ।

ସଞ୍ଜୟ ଦତ୍ତଙ୍କ ପ୍ରଥମ ପତ୍ନୀ ଥିଲେ ରିଚା ଶର୍ମା, ଯାହାଙ୍କର ୧୯୯୬ ମସିହାରେ ବ୍ରେନ୍ ଟ୍ୟୁମରରେ ମୃତ୍ୟୁ ହୋଇଥିଲା। ରିଚାଙ୍କ ମୃତ୍ୟୁ ପରେ, ସେ ୧୯୯୮ ମସିହାରେ ମଡେଲ୍ ରିଆ ପିଲାଇଙ୍କୁ ବିବାହ କରିଥିଲେ। ଏହି ବିବାହ ଅଧିକ ଦିନ ତିଷ୍ଠି ପାରିନଥିଲା, ଏବଂ ସେ ତାଙ୍କୁ ଛାଡପତ୍ର ଦେଇ ୨୦୦୮ ମସିହାରେ ମାନ୍ୟତାଙ୍କୁ ବିବାହ କରିଥିଲେ।