ମୋରଡା ୧୪।୬: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ମୃତ ବୃଦ୍ଧ ଜଣଙ୍କ ଜଣେ ଦିବ୍ୟାଙ୍ଗ । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ତଥା ବେତନଟୀ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ଜଙ୍ଗଲ ନିକଟରେ ଦିବ୍ୟାଙ୍ଗ ବୃଦ୍ଧଙ୍କୁ ହାତୀଟି ଦଳି ଦେଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନ ସମୟରେ ଦିବ୍ୟାଙ୍ଗ ବୃଦ୍ଧ ଜଣଙ୍କ ଘରପାଖ ଜଙ୍ଗଲ ଆଡ଼କୁ ଯାଇଥିଲେ । ହଠାତ କାଳବୈଶାଖୀ ମାଡ଼ି ଆସିଥିଲା । ସେହି ସମୟରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି । ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରିଥିଲେ ସୁଦ୍ଧା ବୃଦ୍ଧଙ୍କର କୌଣସି ଖବର ପାଇପାରିନଥିଲେ । ତେବେ ରବିବାର ଦିନ ୧୧ଟା ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଜଙ୍ଗଲ ନିକଟରେ ଜଣେ ବୃଦ୍ଧ ପଡ଼ିଥିବାର । ସଙ୍ଗେ ସଙ୍ଗେ ପରିବାର ଲୋକଙ୍କ ସହ ବନ ବିଭାଗକୁ ଖବର ଦେଇଥିଲେ ।

Also Read:- ଚାମେଲିଙ୍କୁ କଟକ ରେଫର କରିଥିଲେ ଡାକ୍ତର, ପ୍ରତିବାଦରୁ ହୋଇପାରିଲାନି ସ୍ଥାନାନ୍ତର

ଖବର ପାଇ ବେତନଟୀ ରେଞ୍ଜର ଧୁର୍ବନ୍ଦ୍ର ନାଥ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିବାର ଲୋକ ପହଞ୍ଚି ବୃଦ୍ଧ ଜଣଙ୍କୁ ଚିହ୍ନଟ କରିଥିଲେ । ମୃତ ବୃଦ୍ଧ ଜଣକ କେନ୍ଦୁସାହି ଅସନବଣୀ ଗ୍ରାମର ଜଗନ୍ନାଥ ସିଂ । ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି କେନ୍ଦୁସାହି ଅସନବଣୀ ଗ୍ରାମ ର ଜଗନ୍ନାଥ ସିଂ । ଶନିବାର ସେହି ଅଞ୍ଚଳରେ ୧୧ଟି ହାତୀ ଥିବା ରେଞ୍ଜର କହିଛନ୍ତି ।