କେନ୍ଦ୍ରାପଡ଼ା ୧୪।୬: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଏବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲା ୧୫ ନମ୍ବର କ୍ୟାବିନରେ ଚିକିତ୍ସିତ ହେଉଛନ୍ତି । କାଲି ଚାମେଲି ଜେଲ୍ ଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜେଲ୍ କର୍ତ୍ତୃପକ୍ଷ ଚାମେଲିଙ୍କୁ ପୁଣି ମେଡିକାଲ ପଠାଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ପରେ ତାଙ୍କୁ ଡାକ୍ତର କଟକ ରେଫର କରିଥିଲେ । ଚାମେଲିଙ୍କୁ ମେଡିକାଲ କର୍ମଚାରୀ ଓ ପୋଲିସ ଆମ୍ବୁଲାନ୍ସରେ କଟକ ନେବା ପାଇଁ ଭର୍ତ୍ତି କରିଥିଲେ ଆମ୍ବୁଲାନ୍ସରେ । ଚାମେଲିଙ୍କ ବାପା ଓ ତାଙ୍କ ସହଯୋଗୀ ମାନେ ଏହାର ପ୍ରତିବାଦ କରିବାରୁ ଚାମେଲି କଟକ ସ୍ଥାନାନ୍ତର ହୋଇପାରି ନଥିଲେ l

Also Read:- ସୁନ୍ଦରୀ ଯୁବତୀଙ୍କ ଫଟୋ ବ୍ୟବହାର କରି ଗ୍ରାହକଙ୍କୁ ଠକୁଥିଲେ, ଅନ୍‌ଲାଇନରେ ଲୁଟି ନେଉଥିଲେ

ତେବେ ଶନିବାର ରାତିରେ ବିଜେଡିର ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ହସ୍ପିଟାଲରେ ପହଞ୍ଚି ଚାମେଲିଙ୍କୁ ଭେଟିବା ସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ l ଆଜି ବିଜେଡିର ଏକ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଚାମେଲି ଘଟଣାରେ କେନ୍ଦ୍ରାପଡା ଏସ୍ପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି l