ଆସିକା ୧୬/୦୧: ବିଜେଡି ନେତାଙ୍କ ଘରେ ଇଡି ରେଡ । ଗଞ୍ଜାମ ଜିଲ୍ଲା ଶେରଗଡ଼ର ବିଜେଡି ନେତା ହୃଷିକେଶ ପାଢିଙ୍କ ଘରେ ଇଡି ରେଡ କରିଛି । ଇଡିର ତିନିଜଣିଆ ଟିମ ଶେରଗଡ ବାଇପାସରେ ନିକଟରେ ଥିବା ରେଡ୍ କରିଛି ।

ହୃଷୀକେଶ ଓ ତାଙ୍କ ପୁଅ ରହୁଥିବା ବ୍ରହ୍ମପୁର ଅମ୍ବିକାନଗର ବାସ ଭବନରେ ଆଜି ଭୋରରୁ ଇଡି ଚଢ଼ଉ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିବା ଜଣା ପଡିଛି। ତେବେ ଚଢାୁର ପ୍ରକୃତ କାରଣ ଜଣାପଡିନି । ଯାହା ଅନୁମାନ କରାଯାଉଛି, ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୈତୃକ ଘରେ ୩ଟି ଟିମ୍‌ର ଚଢାଉ କରାଯାଇଛି ।

​​​​​​​ଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲାରେ ଘାଣ୍ଟୁଛି ଇଡି । ବିଭିନ୍ନ ବ୍ୟବସାୟୀ ଓ ରାଜନେତାଙ୍କ ଘରେ ଇଡିର ଟିମ୍ ଚଢାଉ କରିଥିବା ନଜର ଆସିଛି l ଶେରଗଡ଼ର ବିଜେଡି ନେତା ତଥା ବ୍ୟବସାୟୀ ହୃଷୀକେଶ ପାଢ଼ୀଙ୍କ ଘରେ ଇଡିର ତିନି ଜଣିଆ ଟିମ୍ ଚଢାଉ କରିଛି । ତାଙ୍କର ଶେରଗଡ଼ ସ୍ଥିତ ନିଜସ୍ଵ ବାସଭବନ, ପେଟ୍ରୋଲ ପମ୍ପ, ଓ ଟିଭିଏସ ସୋ ରୁମ୍ ରେ ଚଢାଉ କରିଥିବା ବେଳେ  ତାଙ୍କ ପୁଅ ସଚିନ ପାଢ଼ୀଙ୍କ ବ୍ରହ୍ମପୁର ଅମ୍ବିକାନଗର  ସ୍ଥିତ ବାସ ଭବନରେ ଚଢାଉ କରିଛି ।

ସେହିପରି ବିଜେପି ନେତା ତଥା ମଦ ବ୍ୟବସାୟୀ ଭଗବାନ ସାହୁଙ୍କ  ଆସିକା ସନ୍ଧିନୂଆଁପଲ୍ଲୀ ଗ୍ରାମ ସ୍ଥିତ ବାସଭବନ ସମେତ, ମଦ ଭାଟି ଓ ତାଙ୍କ ସମ୍ପର୍କୀୟ ମାନଙ୍କ ସାତ ଟି ଜାଗାରେ ଇଡିର  ଚଢାଉ ଚାଲିଛି l ସେହିପରି  ହିଞ୍ଜିଳି ମଧ୍ୟ ଇଡି ଏକ ଟିମ୍ ଚଢାଉ କରିଛି l ତେବେ କେଉଁ କାରଣରୁ ଏକା ସାଥିରେ ଗଞ୍ଜାମ ଜିଲ୍ଲାର ଏତେ ଗୁଡିଏ ସ୍ଥାନରେ ଇଡିର ଚଢାଉ ଚାଲିଛି  ସେନେଇ ନେଇ କାରଣ ଅସ୍ଵଷ୍ଟ ରହିଛି l