ଭୁବନେଶ୍ବର ୨୫।୧୦: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୯ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆମ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛି, ଯୁବ ବର୍ଗଙ୍କୁ ପ୍ରଭାବିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏହା ବ୍ୟତୀତ ପଛୁଆ ବର୍ଗ, ବୟସ୍କ ପ୍ରତି ବ୍ୟକ୍ତିଙ୍କ ପରିଶ୍ରମ ସାମ୍ନାକୁ ଆସୁଛି ।

ପୂର୍ବ ମନ୍ କି ବାତ୍‌ରେ ମାଇଥିଲିଙ୍କ କଥା ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ । ଏହାଦ୍ୱାରା ଅନେକ ପ୍ରେରିତ ହେଉଛନ୍ତି ଓ ଲୋକଙ୍କ ସେବା ପାଇଁ ଆଗକୁ ଆସୁଛନ୍ତି । ସ୍ବଚ୍ଛତା ଉପରେ ମୋଦି ଜୀ ଗୁରୁତ୍ଵ ଦେଉଛନ୍ତି । ସ୍ୱଦେଶୀକୁ ଗୁରୁତ୍ୱ ଦେବା ସହ କିପରି ସେମାନଙ୍କ ପାଇଁ ଏକ ବଜାର ସୃଷ୍ଟି କରାଯାଇପାରିବ ସେନେଇ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

Also Read:- କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର, ହବିଷ୍ୟାଳୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ଆଧୁନିକ ଟେକ୍ନୋଲୋଜି ବିଷୟରେ ଉଦାହରଣ ଦେଇଛନ୍ତି । ସଞ୍ଜିବନୀ ବିଷୟରେ ଉଦାହରଣ ଦେଇଛନ୍ତି । ଷ୍ଟାର୍ଟ ଅପ୍ ମାଧ୍ୟମରେ ଅନେକ ଯୁବ ଗବେଷଣା ତଥା ଅନ୍ୟ କ୍ଷେତ୍ରରେ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଭାରତର ପ୍ରତି ଅଞ୍ଚଳକୁ ପ୍ରାଧାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମିଲେଟର ଉତ୍ପାଦନ ଓ ଏହାଦ୍ୱାରା ଚାଷୀ ଉପକୃତ ହେବା କଥା କହିଛନ୍ତି । ଓଡ଼ିଶା ସରକାର ୧୦ ନଭେମ୍ବରରେ ମାଣ୍ଡିଆ ଦିବସ ମଧ୍ୟ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Watch Video: