ଭୁବନେଶ୍ବର ୨୫।୧୦: ଆସନ୍ତା ୨୮ତାରିଖରେ ସ୍ଥଳଭାଗ ଛୁଇଁବ ସମ୍ଭାବ୍ୟ ଅତି ଭୀଷଣ ବାତ୍ୟା । ଆନ୍ଧ୍ରର ବପାଟଲା ଓ ବିଶାଖାପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁଲା ବେଳେ ଏହା ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ସେ ସମୟରେ ପବନର ବେଗ ୧୧୫ ରୁ ୧୨୫ କିଲୋମିଟର ଓ ଝଟକା ପବନ ୧୪୦ କିଲୋମିଟର ପ୍ରତି ଘଣ୍ଟା ବହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ସକ୍ରିୟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ରବିବାର ଦିନ ୧୧ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କି.ମି. ବେଗରେ ଗତି କରୁଛି । ବିଶାଖାପାଟନମ୍ ଠାରୁ ପୂର୍ବ ଦକ୍ଷିଣପୂର୍ବ ଦିଗରେ ୮୭୦ କି.ମି. ଏବଂ ବାପଟଲା ଠାରୁ ପୂର୍ବ ଦିଗରେ ୧୧୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି ଗଭୀର ଅବପାତ ।

Also Read:- ଚିଲିକାରେ ବାତ୍ୟା ଭୟ ! ୨୯ ଯାଏଁ ମାଛ ଧରିବା ଓ ଜଳଯାତ୍ରା ଉପରେ କଟକଣା

ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୨୮ତାରିଖ ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ ଏବଂ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲାକୁ ଜାରି ହୋଇଥିବା ଭାରି ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆନ୍ଧ୍ରରେ ୧୧ ଜିଲ୍ଲା, ଓଡ଼ିଶାରେ ୫ ଜିଲ୍ଲା, ଛତିଶଗଡର ୪ ଜିଲ୍ଲା ଏବଂ ତେଲେଙ୍ଗାନାର ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Watch Video: